Latest Odisha News

BREAKING NEWS

ଚାଷ ଜମିରୁ ମିଳିଲା ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ମୋର୍ଟାର ସେଲ୍‌

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାର ମନୋହରପୁର ଥାନା ଅନ୍ତର୍ଗତ ସୋନପୋଖରୀ ଗାଁରେ ଚାଷ ଜମିରୁ ଏକ ସେନା ତୋପଗୋଳା ମିଳିଛି । ଗୋଳାଟି ଅନେକ ଦିନ ଧରି ମାଟିରେ ରହିଥିବାରୁ ଏହା ସମ୍ପୂର୍ଣ୍ଣ ଭାବେ କଳିଙ୍କି ଲାଗିଯାଇଛି ।

ଏହି ସମ୍ପର୍କରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ମନୋହରପୁର ଡିଏସ୍‌ପି ଡେଭିଡ୍‌ ଏ ଡୋଡରାୟ ସଦଳବଳେ ପହଞ୍ଚି ସମଗ୍ର ଅଞ୍ଚଳକୁ ସୁରକ୍ଷିତ କରିବା ସହ ଲୋକଙ୍କୁ ସନ୍ଦିଗ୍ଧ ସାମଗ୍ରୀ ନିକଟକୁ ନଯିବାକୁ ସତର୍କ କରାଇଥିଲେ । ପ୍ରାଥମିକ ଅନୁସନ୍ଧାନରେ ଏହା ଦ୍ବିତୀୟ ବିଶ୍ବଯୁଦ୍ଧର ଏକ ମୋର୍ଟାର ସେଲ୍ । ଏବଂ ଯୁଦ୍ଧବିମାନରୁ ଖସିଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।

ବୋମା ନିଷ୍କ୍ରିୟକାରୀ ଦଳ ଓ ବିଶେଷଜ୍ଞଙ୍କ ଯାଞ୍ଚ ପରେ ହିଁ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି । ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତ୍ତାବରଣ ଦେଖାଦେଇଛି ।

Leave A Reply

Your email address will not be published.