Latest Odisha News

BREAKING NEWS

ପ୍ରବାସୀ ଶ୍ରମିକଙ୍କୁ ମାଡ଼ ଘଟଣା: ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ

ସମ୍ବଲପୁର: କେରଳର ପ୍ରବାସୀ ଶ୍ରମିକଙ୍କୁ ମାଡ଼ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ। ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ଶିବ ଗଣ୍ଡ , ପୃଥ୍ଵୀ ନାଗ ,ସୁଶାନ୍ତ ସୁନା ,ସଚିନ୍ଦ୍ର ପାଣ୍ଡେ ଓ ସରୋଜ ମେହେର । ଗତ ୨୧ ତାରିଖରେ ପିଲାଚୋର ସନ୍ଦେହରେ କେରଳର ବିଷ୍ଣୁ କୈସଙ୍କୁ କିଛି ଲୋକ ଆକ୍ରମଣ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଲୋକଙ୍କ ଆକ୍ରୋଶରୁ ଅଳ୍ପକେ ବର୍ତ୍ତିଯାଇଥିଲେ ଅଣଓଡ଼ିଆ ଯୁବକ।

ସ୍ଥାନୀୟ ଭାଷା ବୁଝି ନ ପାରିବାରୁ ରୋଜଗାର ସନ୍ଧାନରେ ଆସିଥିବା ବିଷ୍ଣୁ କୈସଙ୍କୁ ଲୋକେ ଘେରିଯାଇ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାରେ ୩ ଜଣ ଅଟକ ଥିଲେ। ସ୍ଥାନୀୟ ଭାଷା ବୁଝିପାରୁ ନଥିବାରୁ ସେ ଲୋକଙ୍କ ସନ୍ଦେହର ଶିକାର ହୋଇଥିଲେ । ଖବର ପାଇ ପୋଲିସ ତୁରନ୍ତ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ଘଟଣାର ତଦନ୍ତ ପରେ ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି।

କ୍ଷେତ୍ରରାଜପୁର ଥାନା ଅନ୍ତର୍ଗତ ଧୋବାପଡ଼ା ଅଞ୍ଚଳରେ କେରଳମ୍ ଶ୍ରମିକ ବିଷ୍ଣୁ କୈସଙ୍କୁ ପିଲା ଚୋର ସନ୍ଦେହରେ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ସେ କେରଳମ୍ ଆଲେପି ନର୍ଥ ଜିଲ୍ଲାର ଅଟନ୍ତି। ସେ ତିନି ମାସ ହେବ ବରଗଡ଼ରେ ରହି କାମ କରୁଥିଲେ। ସେ ବରଗଡ଼ରୁ ସମ୍ବଲପୁର ଆସି କାମ ଅନ୍ୱେଷଣ କରୁଥିଲେ। ରବିବାର ଧୋବାପଡ଼ା ନିକଟରେ ବୁଲୁଥିବା ସମୟରେ କିଛି ଯୁବକ ତାଙ୍କୁ ପଚାରିଥିଲେ। ସେ କେରଳ ଭାଷାରେ ଉତ୍ତର ଦେଇଥିଲେ। ଉକ୍ତ ଯୁବକମାନେ ଭାଷା ନ ବୁଝି ପାରିବାରୁ ତାଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ସମୟରେ କିଛି ଲୋକେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଟିମ୍ ତୁରନ୍ତ ପହଁଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା। ଏହା ପରେ ତାଙ୍କୁ ଖାଇବା ପିଇବା ଦେବା ସହିତ ତାଙ୍କ ଘରକୁ ପଠାଇଛି।

Leave A Reply

Your email address will not be published.