Latest Odisha News

BREAKING NEWS

ପକ୍ଷୀଙ୍କ ମଳରୁ ପ୍ରସ୍ତୁତ ହେଉଛି କଫି, ପିଇବା ପାଇଁ ସମସ୍ତେ ସମର୍ଥ ନୁହଁନ୍ତି

ବ୍ରାଜିଲ: ଅନେକ ଲୋକ କଫି ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ଦୁନିଆର ସବୁଠୁ ଦାମୀ କଫି ପିଇବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନ ଥାଏ । ଆମେ ଆପଣଙ୍କୁ ସେହି କଫି ବିଷୟରେ କହିବାକୁ ଯାଉଛୁ, ଯାହାର ମୂଲ୍ୟ ଏତେ ଅଧିକ ଯେ ଜଣେ ସାଧାରଣ ଲୋକର ମାସିକ ଦରମା ଏହାର ମୂଲ୍ୟ ସହିତ ସମାନ । ଏହି କଫି ଏତେ ମହଙ୍ଗା ହେବାର କାରଣ ହେଲା, ସାଧାରଣ ଭାବେ ଏହା କୌଣସି ଗଛରୁ ପ୍ରସ୍ତୁତ ହୋଇ ନ ଥାଏ ବରଂ ପକ୍ଷୀର ମଳରୁ ତିଆରି ହୋଇଥାଏ । ସେଥିଲାଗି ଏହାକୁ ଦୁନିଆର ସବୁଠାରୁ ମହଙ୍ଗା କଫି ବୋଲି ବିବେଚନା କରାଯାଏ ।

ଏହା ଜାଣିବା ପରେ ଆପଣ ଏହି କଫି ପିଇବାକୁ ସମର୍ଥ ହେବେ କି? କିନ୍ତୁ ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଏହି କଫି ପିଇବାକୁ ପସନ୍ଦ କରନ୍ତି । ଯେଉଁମାନେ ଏହାକୁ ପିଇଛନ୍ତି, ସେମାନେ ଏହାର ବହୁତ ପ୍ରଶଂସା କରନ୍ତି । ଏହି କଫି ଜାକୁ ପକ୍ଷୀ ନାମକ ଏକ ସ୍ୱତନ୍ତ୍ର ପ୍ରଜାତିର ପକ୍ଷୀ ମଳରୁ ପ୍ରସ୍ତୁତ ହୋଇଥାଏ । କିନ୍ତୁ ଏହାକୁ ତିଆରି କରିବାର ଶୈଳୀ ବହୁତ କୌତୁହଳପୂର୍ଣ୍ଣ । ବ୍ରାଜିଲର ଏସପିରିଟୋ ସାଣ୍ଟୋ ରାଜ୍ୟରେ ଏକ କାମୋସିମ୍ କଫି ଫାର୍ମ ଅଛି । ଏହି ଫାର୍ମର ମାଲିକ ହେଉଛନ୍ତି ହେନ୍ରିକ୍ ସ୍ଲୋପର । ସ୍ଲୋପରଙ୍କ କଫି ବଗିଚାକୁ ଜାକୁ ପକ୍ଷୀ ଆସିବା ଆରମ୍ଭ କଲେ । ସେମାନେ କଫି ଗଛଗୁଡ଼ିକୁ ନଷ୍ଟ କରିବା ସହ କଫି ବିନ୍ ଖାଇଦେଉଥିଲେ । ଏହା ଦେଖି ସ୍ଲୋପର ବହୁତ ବିରକ୍ତ ପ୍ରକାଶ କରୁଥିଲେ । ସେ ଜାକୁ ପକ୍ଷୀକୁ ଘଉଡାଇବା ପାଇଁ ଅନେକ ଚେଷ୍ଟା କରି ବିଫଳ ହେଲେ ।

ଆଉ କିଛି ଉପାୟ ନ ପାଇ ଅନ୍ୟ କିଛି ଚିନ୍ତା କଲେ । ପକ୍ଷୀକୁ ଘଉଡାଇବା ପରିବର୍ତ୍ତେ ସେ ଏହାକୁ ପାଳିବା ଆରମ୍ଭ କଲେ । ଏହାର କାରଣ ଥିଲା ଯେ ସେ ଜାଣିଥିଲେ ଯେ ଦୁନିଆର ସବୁଠାରୁ ମହଙ୍ଗା କଫି ସିଭେଟ ପକ୍ଷୀର ମଳରୁ ତିଆରି । ସେ ଭାବିଥିଲେ ଯେ ଜାକୁ ପକ୍ଷୀର ମଳରୁ ବାହାରୁଥିବା ମଞ୍ଜିରୁ ସେ କଫି ତିଆରି କରିବେ । ତେଣୁ ସେ ଶ୍ରମିକମାନଙ୍କୁ ଜାକୁ ପକ୍ଷୀ ମଳରୁ ମିଳୁଥିବା ମଞ୍ଜି ସଂଗ୍ରହ କରିବାକୁ କହିଥିଲେ । ପରେ ସେଥିରୁ କଫି ପ୍ରସ୍ତୁତ କଲେ । ଏହି ଫାର୍ମ ହେଉଛି ଦୁନିଆର ସବୁଠୁ ବଡ ଫାର୍ମ, ଯେଉଁଠାରେ ଜାକୁ ପକ୍ଷୀର ମଳରୁ କଫି ବିନ୍ ଉତ୍ପାଦିତ ହେଉଛି । ପ୍ରାୟ ୧୦ ବର୍ଷ ଧରି ଏଠାରେ କଫି ତିଆରି ହୋଇ ଆସୁଛି । ଏହା ଫ୍ରାନ୍ସ, ଜାପାନ ଏବଂ ବ୍ରିଟେନରେ ୧ କିଲୋଗ୍ରାମ ପ୍ରତି ୧.୩ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି ।

Leave A Reply

Your email address will not be published.