Latest Odisha News

ଦୁନିଆର ସବୁଠାରୁ ଛୋଟ କୋରାନ ଏବଂ ରାମାୟଣ , ଦେଖିବାକୁ ଲୋକଙ୍କ ଭିଡ଼

ଆଲ୍ଲାହାବାଦ: ବିଶ୍ୱର ଅନେକ ପୁରାତନ ଜିନିଷ ଆପଣ ଦେଖିଥିବେ କିମ୍ବା ଶୁଣିଥିବେ, କିନ୍ତୁ ଆପଣ ଦୁନିଆର ସବୁଠାରୁ ଛୋଟ କୋରାନ ଏବଂ ରାମାୟଣ ଦେଖିଛନ୍ତି କି? ଏହି ଅନନ୍ୟ କଳାକୃତି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦେଖିବାକୁ ମିଳିଛି । ଯାହା ବିଶ୍ୱର ସବୁଠାରୁ ଛୋଟ କୋରାନ ଏବଂ ରାମାୟଣ ବୋଲି ଦାବି କରାଯାଉଛି । ଏହା ଏତେ ଛୋଟ ଯେ, ତାକୁ ଆଙ୍ଗୁଠିରେ ମଧ୍ୟ ରଖାଯାଇପାରିବ ନାହିଁ । ଏହାକୁ ପ ଢିିବା ପାଇଁ ଏକ ସ୍ୱତନ୍ତ୍ର ପ୍ରକାରର ଯନ୍ତ୍ର ମଧ୍ୟ ଆବଶ୍ୟକ । ବିଶେଷ କଥା ହେଉଛି ଏଥିରେ ସମ୍ପୂର୍ଣ୍ଣ ଅଧ୍ୟାୟ ଏବଂ ସଂପୂର୍ଣ୍ଣ ତଥ୍ୟ ମଧ୍ୟ ରହିଛି ।

ଏହାକୁ ସଂଗ୍ରହ କରିଥିବା ପ୍ରୟାଗରାଜ ଦାରାଗଞ୍ଜର ବାସିନ୍ଦା ରାଜେନ୍ଦ୍ର ତିୱାରୀ କହିଛନ୍ତି ଯେ, ଏହା ହେଉଛି ବିଶ୍ୱର ସବୁଠାରୁ ଛୋଟ ରାମାୟଣ ଏବଂ କୋରାନ, ଯାହା ତାଙ୍କ ଜେଜେବାପା ଦ୍ୱାରା ସଂରକ୍ଷିତ ହୋଇଛି । ଏହାକୁ ତାଙ୍କ ବାପା ଯତ୍ନ ସହକାରେ ରଖିଛନ୍ତି । ଆମେ ଏହାକୁ ଅନେକ ସ୍ଥାନରେ ଏକ ରେକର୍ଡ ଭାବରେ ଦର୍ଶାଇଛୁୁ, ଏହା ଶୀଘ୍ର ଏକ ବିଶ୍ୱ ରେକର୍ଡ ଭାବରେ ପ୍ରତିଷ୍ଠିତ ହେବ । ଏହି ଛୋଟ ରାମାୟଣ ଦେଖିବା ପାଇଁ ପ୍ରତିଦିନ ୧୦ ରୁ ୧୫ ଜଣ ଲୋକ ଆମ ଘରକୁ ଆସନ୍ତି । ସେମାନେ ଏହାର ଫଟୋ ନେଇ ସୋସିଆଲ ମିଡିଆରେ ସେୟାର କରନ୍ତି । ଏହାକୁ ଦେଖିବା ଓ ଜାଣିବା ପାଇଁ ଆମେ ବାହାରେ ଏକ ବୋର୍ଡ ମଧ୍ୟ ଲଗାଇଛୁ , ଯାହାଦ୍ୱାରା ଲୋକେ ଏହାକୁ ଦେଖିବାକୁ ଆ୍ରଗହ ଦେଖାଉଛନ୍ତି ।

Leave A Reply

Your email address will not be published.