Latest Odisha News

BREAKING NEWS

ନଦିୟାରେ ୮୦୦ କୋଟି ବଜେଟରେ ନିର୍ମିତ ହେଉଛି ବିଶ୍ୱର ସବୁଠାରୁ ବଡ କୃଷ୍ଣ ମନ୍ଦିର

ନଦିୟା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାଠାରୁ ୧୩୦ କିମି ଦୂରରେ ନିର୍ମିତ ହେଉଛି ବିଶ୍ୱର ସର୍ବ ବୃହତ ଶ୍ରୀକୃଷ୍ଣ ମନ୍ଦିର । ୬ ଲକ୍ଷ ସ୍କ୍ୱାୟର ଫିଟରେ ପ୍ରସ୍ତୁତ ହେଉଥିବା ଏହି ଭବ୍ୟ ମନ୍ଦିରର ବଜେଟ ରହିଛି ୮୦୦ କୋଟି ଟଙ୍କା । ୨୦୦୯ରୁ ଏହାର କାର୍ଯ୍ୟ ଦ୍ରୁତ ବେଗରେ ଆରମ୍ଭ ହୋଇଯାଇଛି ।

୨୦୨୩ରୁ ଭକ୍ତଙ୍କ ଆଗମନ ପାଇଁ ଏହାକୁ ଖୋଲି ଦିଆଯିବ ବୋଲି ମନ୍ଦିରର ନିର୍ମାଣ କରୁଥିବା ଇସ୍କନ ପକ୍ଷରୁ କୁହାଯାଇଛି । ଆମେରିକାର ଅଟୋମୋବାଇଲ କମ୍ପାନୀ ଫୋର୍ଡର ସଂସ୍ଥାପକ ଆଲ୍ଫର୍ଡ ଫୋର୍ଡ ଏହାର ଚେୟାରମ୍ୟାନ ଅଛନ୍ତି । ୭ ଫ୍ଲୋର ବିଶିଷ୍ଟ ଏହି ମନ୍ଦିରରେ ଏକା ସଙ୍ଗରେ ୧୦,୦୦୦ ଲୋକ କୀର୍ତନ କରିପାରିବେ ।

Leave A Reply

Your email address will not be published.