Latest Odisha News

ରେସଲରଙ୍କ ଧାରଣା: ବିଜେପିର ସମର୍ଥନ ନ ଥିବା କହିଲେ ଭିନେଶ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ବିରୋଧରେ ରେସଲରମାନେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ଏ ନେଇ ଜନ୍ତର ମନ୍ତରରେ ସେମାନେ ଧାରଣାରେ ବସିଛନ୍ତି । ରେସଲରମାନଙ୍କ ସମର୍ଥନ ଦେବା ପାଇଁ ଖାପ ପଂଚାୟତଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ ଆଗକୁ ଆସିଛନ୍ତି । ରବିବାର ଭିନେଶ ଫୋଗଟ, ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆ ଏକ ପ୍ରେସ କନଫେରନ୍ସ କରିଥିଲେ । ଏଥିରେ ଭିନେଶ କହିଥିଲେ ଏ ପର୍ଯ୍ୟନ୍ତ ବିଜେପିର କୌଣସି ନେତା ଆମ ନିକଟକୁ ଆସି ନାହାନ୍ତି । ସେମାନେ କୌଣସି ପ୍ରକାରର ସମର୍ଥନ କରି ନ ଥିବା ସେ କହିଛନ୍ତି ।

ସୋମବାର ବିଜେପିର ମହିଳା ଏମପିମାନଙ୍କୁ ସହଯୋଗ କରିବା ପାଇଁ ଆମେ ପତ୍ର ଲେଖିବୁ ବୋଲି ସେ କହିଛନ୍ତି । ମଙ୍ଗଳବାର ନିଜ ନିଜ ଜିଲ୍ଲା ମୂଖ୍ୟାଳୟକୁ ଯାଇ ଅଭିଯୋଗ କରିବା ପାଇଁ ମଧ୍ୟ ସେ କହିଛନ୍ତି । ମେ ୧୬ରେ ଆମ ସମର୍ଥନରେ ଏହି ସତ୍ୟାଗ୍ରହ କରାଗଲେ ଆମର ବିଜୟ ହେବ ବେଲି ରେସଲରମାନେ କହିଛନ୍ତି । ରେସଲରଙ୍କ ଅଭିଯୋଗ ପରେ ବ୍ରିଜଭୂଷଣଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.