Latest Odisha News

BREAKING NEWS

ରାସ୍ତାରେ ରେସଲରଙ୍କ ଧାରଣା ଭାରତର ଛବିକୁ ଖରାପ କରୁଛି: ପିଟି ଉଷା

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିପକ୍ଷରେ ରେସଲରଙ୍କ ଧାରଣା ୫ମ ଦିନରେ ପଂହଚିଛି । ଗୁରୁବାର ହରିୟାଣା ଓ ପଶ୍ଚିମ ଉତରପ୍ରଦେଶର ଖାପ ପଂଚାୟତ ସେମାନଙ୍କୁ ସମର୍ଥନ ଦେବା ପାଇଁ ଜନ୍ତରମନ୍ତରରେ ପଂହଚିଛନ୍ତି । ସେମାନେ ବ୍ରିଜଭୂଷଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ଦାବୀ କରିଛନ୍ତି । ଇତି ମଧ୍ୟରେ ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ପିଟି ଉଷାଙ୍କ ବୟାନ ସମ୍ମୁଖକୁ ଆସିଛି । ସେ କହିଛନ୍ତି ସଡକ ଉପରେ ରେସଲରଙ୍କ ଧାରଣା ଭାରତର ଛବିକୁ ଖରାପ କରୁଛି । ଏହା ସମ୍ପୂର୍ଣ୍ଣ ଭାବେ ବିଶୃଙ୍ଖଳିତ ଆଚରଣ ।

ଆଇଓଏ ପୂର୍ବତନ ଶୁଟର ସୁମା ଶିରୁର, ଉଶୁ ଅଧ୍ୟକ୍ଷ ଭୂପେନ୍ଦ୍ର ସିଂ ବାଜୱା ଓ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ୩ଜଣିଆ କମିଟି ଗଠନ କରାଯାଇଛି । ସେମାନେ ଭାରତୀୟ କୁସ୍ତି ସଂଘ ଏବେ ଚଳାଇବେ । ଉଷାଙ୍କଠାରୁ ଏ ଭଳି କଡା ବୟାନ ଏବେ ଆଶା କରି ନ ଥିଲୁ ବୋଲି ବଜରଙ୍ଗ ପୂନିଆ କହିଛନ୍ତି । ବଜରଙ୍ଗ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରଖିଥିବା ଫଟୋକୁ ହଟେଇ ଦେଇଛନ୍ତି ।

କେନ୍ଦ୍ରୀୟ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ରେସଲରଙ୍କୁ କହିଛନ୍ତି ସେମାନେ ଯେ କୌଣସି ଥାନାରେ ମାମଲା ରୁଜୁ କରିପାରିବେ । ଆମେ ସେମାନଙ୍କ ସହିତ ଥିଲୁ ଓ ରହିବୁ । ବିନେଶ ଓ ସାକ୍ଷୀ ମଲ୍ଲିକଙ୍କ ସହ କିଛି ଖରାପ ହୋଇ ନାହିଁ ବୋଲି ହରିୟାଣା କୁସ୍ତି ସଂଘର ମହାସଚିବ ରାକେଶ କହିଛନ୍ତି । ଫୋଗଟ ପରିବାର କୁସ୍ତି ସଂଘକୁ ହାତେଇବା ପାଇଁ କଂଗ୍ରେସ ସହାୟତାରେ ଏହି ଆନ୍ଦୋଳନ କରୁଛି ।

Leave A Reply

Your email address will not be published.