Latest Odisha News

BREAKING NEWS

ୟୁପିରୁ ବରଗଡ଼କୁ ଯୋଗାଣ କରୁଥିଲେ ନକଲି ଔଷଧ, ୫ ଜଣଙ୍କୁ ବାନ୍ଧିଲା ପୋଲିସ

ବରଗଡ଼: ନକଲି ଔଷଧର ଚେର ବାହାର ରାଜ୍ୟରୁ ଓଡ଼ିଶାକୁ ଲମ୍ବିଛି । ୟୁପି ଭଳି ରାଜ୍ୟରୁ ବିପୁଳ ନକଲି ଔଷଧ ଓଡ଼ିଶାକୁ ସପ୍ଲାଏ ହେଉଥିବା ଅଭିଯୋଗ ହେଉଥିବା ବେଳେ ବରଗଡ଼ ପୋଲିସକୁ ସଫଳତା ମିଳିଛି । ନକଲି ଔଷଧ ସପ୍ଲାଏ କରୁଥିବା ୟୁପିର ବାରଣାସୀରୁ ୫ ଜଣଙ୍କୁ ଗିରଫ କରିଛି ବରଗଡ଼ ପୋଲିସ । ଏସଟିଏଫ୍ ଓ ୟୁପି ପୋଲିସ ସହାୟତାରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଏମାନେ ପ୍ରାୟ ୨୫ଟି ନାମୀଦାମୀ କମ୍ପାନୀର ଔଷଧକୁ ନକଲି କରୁଥିଲେ ବୋଲି ଜଣା ପଡ଼ିଛି । ଖାଲି ଓଡ଼ିଶା ନୁହେଁ ଦେଶର ବିଭିନ୍ନ ରାଜ୍ୟକୁ ଏମାନେ ନକଲି ଔଷଧ ସପ୍ଲାଏ କରୁଥିଲେ ।

ନକଲି ଔଷଧ କାରବାର ନେଇ ଗତ ଜାନୁଆରୀ ୧୭ରେ ବରଗଡ଼ ଅଶୋକ ମେଡିକାଲରେ ରେଡ୍ କରିବା ସହ ବିପୁଳ ନକଲି ମେଡିସିନ୍ ଜବତ ମାଲିକ ସୁନୀଲ ଅଗ୍ରୱାଲକୁ ଗିରଫ କରିଥିଲା ଏସଟିଏଫ୍ । ସୁନୀଲକୁ ଜେରା ଓ ଜବତ ଔଷଧର ଲାବ ରିପୋର୍ଟ ଆସିବା ପରେ ପୋଲିସ ନକଲି ଔଷଧ ରାକେଟକୁ ଧରିବା ଲାଗି ୯ ଜଣିଆ ଟିମ୍ ଗଠନ କରିଥିଲା । ଓଡ଼ିଶା ଏସଟିଏଫର ୨ ଅଧିକାରୀ, ବରଗଡ଼ ଡ୍ରଗ୍ସ ଇନ୍ସପେକ୍ଟରକ ଓ ଝାରସୁଗୁଡ଼ା ଡ୍ରଦ୍ସ ଇନ୍ସପେକ୍ଟରଙ୍କ ମିଳିତ ଟିମ୍ ୟୁପିରେ ଚଢ଼ାଉ କରି ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତ ବିଭିନ୍ନ ନାମୀଦାମୀ କମ୍ପାନୀର ଅତି ଜରୁରୀ ୨୫ ପ୍ରକାରର ମେଡିସିନର ନକଲକୁ ବଜାରକୁ ଛାଡ଼ୁଥିଲେ । ମାମଲାରେ ବାରଣାସୀର ଶୁଭମ ଜୟଶ୍ୱାଲ, ରିତେଶ ଜୟଶ୍ୱାଲ, ଚନ୍ଦ୍ରଶେଖର ସିଂ, ଗୌରବ ଶର୍ମା ଓ ଅଭିଶେଖ ସିଂ ଗିରଫ ହୋଇଥିବା ବେଳେ ଏଥିରେ ଆଉ କିଏ ସମ୍ପୃକ୍ତ ସେ ନେଇ ତଦନ୍ତ ଜାରି ରହଥିବା କହିଛି ପୋଲିସ ।

Leave A Reply

Your email address will not be published.