Latest Odisha News

BREAKING NEWS

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି : ଆହୁରି ୩ଦିନ ଯାଏ କଲବଲ କରିବ ମୁଣ୍ଡଫଟା ଖରା

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ତତଲା କଡେଇରେ ସିଝୁଛି ଓଡିଶା  ।ଅସହ୍ୟ ଗରମ ଓ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ । ସେପଟେ ରାଜ୍ୟରେ ୧୨ଟି ଉତ୍ତପ୍ତ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବଲାଙ୍ଗୀରରେ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି ।ସେହିଭଳି ସୋନପୁରରେ ତାପାମାତ୍ରା ୪୩ ଡିଗ୍ରୀ ରହିଛି ।ଝାରସୁଗୁଡାରେ ୪୨.୬ ଡିଗ୍ରୀ ରହିଛି । ବାରିପଦାରେ ୪୨.୨ ରହିଛି ।

ଟିଟିଲାଗଡରେ ୪୨.୦ ରହିଛି । ସେହପରି ସମ୍ବଲପୁରରେ ତାପମାତ୍ରା ୪୧.୫ ଡିଗ୍ରୀ ସେଲସିୟସ ରହିଛି ।ସୁନ୍ଦରଗଡରେ ୪୧.୫ ରହିଛି ।ବୌଦ୍ଧରେ ତାପମାତ୍ରା ୪୧.୦୫ରହିଛି ।ଅନୁଗୁଳରେ ତାପମାତ୍ରା ୪୧.୩ ରହିଛି ।ଭବାନୀପାଟଣାରେ ତାପମାତ୍ରା ୪୧.୦ ରହିଛି ।ହିରୋକୁଦରେ ତାପମାତ୍ରା ୪୦.୭ ରେକର୍ଡ କରାଯାଇଛି । ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହର ହେଉଛି ସୋନପୁର ଓ ବଲାଙ୍ଗୀର ।

ଆଜି ରାଜାରେ ପାଗ ଶୁଖିଲା ରହିବା ସହ ଟାଣ ଖରା ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ମିଳିଛି । ୧୬ ତାରିଖରେ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି । ଏନେଇ ତିନିଦିନ ପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି ।

 

Leave A Reply

Your email address will not be published.