Latest Odisha News

BREAKING NEWS

ଗୋରଖପୁର କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ାଯାଉଛି, ଜରାସନ୍ଧ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କୁ ହରାଇଥିଲେ

ଗୋରଖପୁର:ଉତରପ୍ରଦେଶ ଗୋରଖପୁର କେନ୍ଦ୍ରୀୟ ବିଦ୍ୟାଳୟରେ ୭ମ ଶ୍ରେଣୀରେ ମହାଭାରତରେ ଭୁଲ ତଥ୍ୟ ପଢ଼ାଯାଉଥିବା ଅଭିଯୋଗ ହେଉଛି । ରାଷ୍ଟ୍ରୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ଦ୍ୱାରା ପ୍ରକାଶିତ ଏହି ହିନ୍ଦୀ ପୁସ୍ତକରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଜରାସନ୍ଧ ଯୁଦ୍ଧରେ ହରାଇ ଦେବାରୁ ସେ ମଥୁରା ଛାଡି ଦ୍ୱାରିକା ପଳାଇଥିଲେ । ଏ ନେଇ ବିବାଦ ସୃଷ୍ଟି ହୋଇଛି । ଚକ୍ରବର୍ତି ରାଜଗୋପାଳଚାରୀଙ୍କ ମହାଭାରତ କଥାର ସଂକ୍ଷିପ୍ତ ରୂପ ପ୍ରକାଶିତ କରିବା ବେଳେ ଏହି ତ୍ରୁଟି ରହିଛି । ଗୋରଖପୁର ବିଶ୍ୱବିଦ୍ୟାଳୟ ପ୍ରାଚୀନ ଇତିହାସର ଶିକ୍ଷକ ରାଜୱନ୍ତ ରାଓଙ୍କ ମତରେ କୌଣସି ପୁରାଣରେ ଶ୍ରୀକୃଷ୍ଣ ପରାଜିତ ହେବା ଉଲ୍ଲେଖ କରାଯାଇ ନାହିଁ । ଏହି ତ୍ରୁଟି ସୁଧାରିବା ଜରୁରୀ ବୋଲି ସେ କହିଛନ୍ତି ।

ପୌରାଣିକ ମାନ୍ୟତା କ’ଣ ରହିଛି ଆସନ୍ତୁ ଜାଣିବା : ଭଗବାନ ଶ୍ରୀକୃଷ୍ଣ କଂସଙ୍କୁ ବଧ କରିବା ପରେ ତାଙ୍କର ବନ୍ଧୁ ତଥା ସମ୍ପର୍କୀୟ ଜରାସନ୍ଧ କ୍ରୋଧୀତ ହୋଇ ପଡିଥିଲେ । ସେ ଏ ନେଇ ବାରମ୍ବାର ମଥୁରା ଉପରେ ଆକ୍ରମଣ କରିଥିଲେ । ୧୬ଥର ଶ୍ରୀକୃଷ୍ଣ ତାଙ୍କୁ ପରାସ୍ତ କରିଥିଲେ । ବାରମ୍ବାର ଯୁଦ୍ଧ ହେବା ଦ୍ୱାରା ଜନହାନି ଏବଂ କ୍ଷୟକ୍ଷତି ଘଟିବାକୁ ଲାଗିଲା । ଏହାକୁ ଚିନ୍ତା କରି ଶ୍ରୀକୃଷ୍ଣ ମଥୁରା ଛାଡି ଦ୍ୱାରିକା ପଳାଇ ଯାଇଥିଲେ । କାରଣ ସେ ଭଲ ଭାବେ ଜାଣିଥିଲେ ଜରାସନ୍ଧର ମୃତ୍ୟୁ ତାଙ୍କ ହାତରେ ଲେଖା ନାହିଁ ।

Leave A Reply

Your email address will not be published.