Latest Odisha News

ଅଜୟଙ୍କ ଫିଲ୍ମରେ ଅଭିନୟ କରିବେ ଦୁଇ ଷ୍ଟାରକିଡ୍

ମୁମ୍ବାଇ: କିଛି ଅଲଗା କରିବାର ଝୁଙ୍କ ସବୁବେଳେ ଅଜୟ ଦେବଗନଙ୍କ ନିକଟରେ ଦେଖିବାକୁ ମିଳେ । ବୋଧ ହୁଏ ଏଥିପାଇଁ ସେ ଏକ ତେଲୁଗୁ ଫିଲ୍ମର କପି ରାଇଟ୍ସ ହାତେଇଛନ୍ତି । ଖାସ ହିନ୍ଦୀ ଭର୍ସନରେ ସେହି ତେଲୁଗୁ ଫିଲ୍ମଟିକୁ ନିର୍ମାଣ କରିବା ପାଇଁ । ତେବେ ଏହି ଫିଲ୍ମରେ ଅଜୟ ଅଭିନେତା ନୁହେଁ ବରଂ ପ୍ରଯୋଜକ ସାଜିବେ । ଆଉ ଏଥିପାଇଁ ସେ ଅଭୟ ଦିଓଲ ଓ କରନ ଦିଓଲଙ୍କୁ ମଧ୍ୟ ମନାଇସାରିଥିବା ଜଣାପଡିଛି ।

ସନ୍ନି ଦିଓଲଙ୍କ ଲାଡଲା କରନ୍ ଗତବର୍ଷ ପଲ୍ ପଲ୍ ଦିଲ୍ କେ ପାସ ଭଳି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ସେହିଭଳି ଜେ.ଏଲ୍ ୫୦ ଭଳି ଫ୍ୱବ ସିରିଜରେ ଅଭୟଙ୍କୁ ଦେଖିବାକୁ ମିଳିଥିଲା । ମିଳିଥିବା ରିପୋର୍ଟ ଅନୁଯାୟୀ ତେଲୁଗୁ ସୁପରହିଟ୍ ଫିଲ୍ମ ର ରିମେକ ଭର୍ସନ ଭାବେ ଭେଲେରେ କରନ ଓ ଅଭୟ ଏକାଠି ଅଭିନୟ କରିବେ । କମେଡି ଥିମ ଉପରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମକୁ ନେଇ ଅଜୟ ବେଶ ଉତ୍ସାହିତ ଥିବା ଜଣାପଡିଛି ।

Leave A Reply

Your email address will not be published.