Latest Odisha News

BREAKING NEWS

ମୂହୁର୍ତ୍ତକରେ ମିଳିବ ୧ ଲକ୍ଷ ପର୍ଯ୍ୟନ୍ତ ଋଣ; ଭାରତରେ ଲଞ୍ଚ ହେଲା ସାଓମିର ‘ଏମଆଇ କ୍ରେଡିଟ’ ଲୋନ ସର୍ଭିସ

ଭୁବନେଶ୍ୱର: ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମି ମଙ୍ଗଳବାର ଦିନ ଭାରତୀୟ ବଜାରରେ ଲଞ୍ଚ କଲା ନିଜର ପର୍ସନାଲ ଲୋନ ସର୍ଭିସ ‘ଏମଆଇ କ୍ରେଡିଟ’ | ଏହା ହେଉଛି ଏମଆଇ ପେ ପରେ ଦ୍ୱିତୀୟ ଫାଇନାନସିଆଲ ସର୍ଭିସ ଯାହା ଭାରତୀୟ ବଜାରରେ ଲଞ୍ଚ କରିଛି |

ଅନଲାଇନ କ୍ରେଡିଟ ଲ୍ୟାଣ୍ଡିଙ୍ଗ ଭାରତୀୟ ବଜାରରେ ଖୁବ ଚାହିଦା ଅଛି | ଏହା ୨୦୩୦ ସୁଦ୍ଧା ୭୦ ଲକ୍ଷ ଛୁଇଁବା ସମ୍ଭାବନା ଅଛି | ଶହେ ପ୍ରତିଶତ ଡିଜିଟାଲ ପଦ୍ଧତିରେ ଏହି ଋଣ ଉପଲବ୍ଧ ହେଉଥିବାରୁ ଏମଆଇ କ୍ରେଡିଟ ଖୁବ ଶୀଘ୍ର ଗ୍ରାହକମାନଙ୍କ ପାଖରେ ଓ ସହଜରେ ଏହି ଋଣ ପହଞ୍ଚି ପାରିବ ବୋଲି କମ୍ପାନୀ ଅଶାକରିଛି |

ଏମଆଇ କ୍ରେଡିଟ ବଜାରରେ ରହିଥିବା ଅନ୍ୟ ଲ୍ୟାଣ୍ଡିଙ୍ଗ ପାର୍ଟନର ମୁଖ୍ୟଭାବରେ ଆଦିତ୍ୟ ବିରଲା ଫାଇନାସିଆଲ ଲିମିଟେଡ଼, ମନୀ ଭିୟୁ, କ୍ରେଡିଟ ବି, ଇଣ୍ଡିଆବୁଲ ଧନୀ, ଜେଷ୍ଟ ମନୀ, ଇନଷ୍ଟାଣ୍ଟ ମନୀ ଆଦି ପରି ସେବା | କମ୍ପାନୀ କହିବାନୁଯାୟୀ, ଏହି ସେବା ଲୋକମାନଙ୍କୁ ଅନ୍ୟ କମ୍ପାନୀ ତୁଳନାରେ କମ ସମୟରେ ସୋଳ୍ପ ସୁଧ ହାରରେ ଋଣ ଦେଉଛି |

ଏହି ସ୍କିମ ଯୁବଗୋଷ୍ଠିଙ୍କ ପାଇଁ ପ୍ରଥମ ପସନ୍ଦ ହେବ ବୋଲି କମ୍ପାନୀ ଆଶାପ୍ରକାଶ କରିଛି | ଏମଆଇ ଫୋନ ୟୁଜର ଏହି ଆପ୍ସ ରେ ମାଗଣାରେ ନିଜର କ୍ରେଡିଟ ସ୍କୋର ଚେକ କରିପାରିବେ | ଏହି ସ୍କିମ ରେ ଋଣ ଆବେଦନ କରିବା ଅତି ସହଜ | କମ୍ପାନୀ କହିବାନୁଯାୟୀ, ଏହା ରିଅଲ ଟାଇମ ଆପୃଭାଲ ସୁବିଧା ଅଛି | ବ୍ୟବହାରକାରୀଙ୍କୁ କେବଳ ନିଜର ଡକୁମେଣ୍ଟ ସହ ନିଜର ସେଲ୍ଫି ଅପଲୋଡ଼ କରିବାକୁ ପଡିବ ଏହା ସହ ଋଣ ନେବାର କାରଣ କହିବାକୁ ପଡିବ | ସୁରକ୍ଷାଗତ କାରଣରୁ ଦେଖିବାକୁ ଗଲେ କମ୍ପାନୀ କହିଛିଯେ ଏମ ଆଇ କ୍ରେଡିଟ ର ସମ୍ପୂର୍ଣ୍ଣ ଡାଟା ଭାରତରେ ଥିବା ଏମ ଆଇ ସର୍ଭରରେ ରହିବ |

Leave A Reply

Your email address will not be published.