Latest Odisha News

BREAKING NEWS

ଢେଙ୍କାନାଳ ସହରରେ ବୁଲିଲେ ଯମରାଜ ଓ କରୋନା

ଢେଙ୍କାନାଳ : ସହରର ଆଜି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା କରୋନାକୁ । ଛକ, ବଜାର, ଗଳି କନ୍ଦି ବୁଲି ବୁଲି କୋଭିଡ୧୯ ଭୟବହତା ସମ୍ପର୍କରେ ସଚେତନ କରିଥିଲା କରୋନା । କାମ ନ ଥାଇ ଅଯଥା ଘରୁ ନ ବାହାରିବାକୁ ସେ ସମସ୍ତଙ୍କୁ ସତର୍କ କରିଥିଲା ।

କେବଳ କରୋନା ନୁହେଁ ତା ସାଙ୍ଗରେ ଯମରାଜ ମଧ୍ୟ ଥିଲେ । ପ୍ରଥମେ ଜିଲ୍ଲାପାଳଙ୍କ ଅଫିସ ନିକଟରେ ଏକ ଡ୍ରାମା ଜରିଆରେ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ । ତା ପରେ ସହରରେ ବୁଲି ସଚେତନ କରିଥିଲେ ।

ଢେଙ୍କାନାଳ ବିଧାୟକ ସରୋଜ କୁମାର ସାମଲ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ।

Leave A Reply

Your email address will not be published.