Latest Odisha News

କଟକରେ ନକଲି ସାନିଟାଇଜର କାରଖାନା ଉପରେ ଚଢ଼ାଉ, ଜଣେ ଗିରଫ

କଟକ: ସିଡିଏ ସେକ୍ଟର-୧୧ ରେ ନକଲି ସାନିଟାଇଜର କାରଖାନା ଠାବ । କୌଣସି ସୂତ୍ରରୁ ଖବର ପାଇ କଟକ ଜୋନ୍ ୧, ୨ ଓ ୩ର ଡ୍ରଗ୍ସ ଇନସ୍ପେକ୍ଟର ଚଢ଼ଉ କରି ଜଣଙ୍କୁ ଗିରଫ କରିଛି ।

ଜୋନ୍ ୧ ଡ୍ରଗ୍ସ ଇନସ୍ପେକ୍ଟର ଜଗନ୍ନାଥ ମଲ୍ଲିକ, ଜୋନ୍-୨ର ସୁଶାନ୍ତ କୁମାର ସାହୁ ଏବଂ ଜୋନ୍ ୩ ଡ୍ରଗ୍ସ ଇନସ୍ପେକ୍ଟର ଧର୍ମଦେବ ପୁହାଣ ଓ ଅବକାରୀ ବିଭାଗ ସବ୍ ଇନସ୍ପେକ୍ଟର ବେଣୁଧର ସାମଲ ମିଳିତ ଭାବେ ଚଢ଼ଉ କରି ୨୯୬ ଆଲୋ ପ୍ଲସ ସାନିଟାଇଜର, ଫିନିସ୍ ସାନିଟାଇଜର, ପତଂଜଳୀର ୫୦ଟା ଟ୍ୟୁବ୍ ଆଲୋଭେରା ଜେଲ୍, ୯୯୦ଟା ଲେବଲ ଲାଗିଥିବା ଖାଲି ବୋତଲ ଓ ୫୭୦ଟି ଲେବୁଲ ନ ଲାଗିଥିବା ବୋତଲ ଜବତ କରିଛନ୍ତି ।

ଜୋନ ୩ର ଡ୍ରଗ୍ସ ଇନସ୍ପେକ୍ଟରଙ୍କ ସୂଚନା ଅନୁଯାୟୀ, ‘ବୈଷ୍ଣବୀ ଏଣ୍ଟରପ୍ରାଇଜ ନାଁରେ ଏହି କମ୍ପାନିରେ ଆଲୋ ପ୍ଲସ ଓ ଫିନିସ ବ୍ରାଣ୍ଡରେ ୨ ପ୍ରକାର ସାନିଟାଇଜର ତିଆରି ହେଉଥିଲା। କିନ୍ତୁ ଏହାର ଲେବଲରେ କୌଣସି ଠିକଣା କିମ୍ବା ବ୍ୟାଚ୍ ଓ ରେଜିଷ୍ଟ୍ରେସନ ନମ୍ବର ନଥିଲା। ’
ଗିରଫ ବ୍ୟକ୍ତି ସ୍ପିରିଟ୍ ଓ ନେଲପୋଲିସ ରିମୁଭର ବ୍ୟବହାର କରି ସାନିଟାଇଜର ପ୍ରସ୍ତୁତ କରୁଥିଲେ । ଗତ ସପ୍ତାହକ ମଧ୍ୟରେ ହଜାରେରୁ ଅଧିକ ଏହି ନକଲି ସାନିଟାଇଜର ବିକ୍ରି କରିଥିବା ଜଣାପଡିଛି ।
ଏ ନେଇ ଏକ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.