Latest Odisha News

BREAKING NEWS

ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ୟଶୱନ୍ତ ସିହ୍ନା

ନୂଆଦିଲ୍ଲୀ: ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ୟଶୱନ୍ତ ସିହ୍ନା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ବେଳେ ଏକାଧିକ ବିରୋଧୀ ଦଳ ନେତା ଉପସ୍ଥିତ ଥିଲେ । ୟଶବନ୍ତଙ୍କ ସହ ଏନସିପି ମୁଖ୍ୟ ଶରଦ ପାୱାର ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟି ଅଖିଳେଶ ଯାଦବ, ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ, ଜମ୍ମୁକାଶ୍ମୀର ନ୍ୟାସନାଲ କନଫରେନ୍ସର ଫାରୁକ ଅବଦୁଲ୍ଲା, ଆରଏଲଡିର ଜୟନ୍ତ ସିହ୍ନା, ସିପିଆଇ(ଏମ୍)ର ସୀତାରାମ ୟେଚୁରୀ ଓ ତେଲଙ୍ଗାନାର ମନ୍ତ୍ରୀ ଏବଂ ଟିଆରଏସ୍ ନେତା କେଟି ରାମା ରାଓଙ୍କ ଉପସ୍ଥିତିରେ ୮୪ ବର୍ଷୀୟ ୟଶୱନ୍ତ ସିହ୍ନା ନାମାଙ୍କନ ଦାଖଲ କରିଛନ୍ତି ।

ନାମାଙ୍କନର ଶେଷ ମୂହୁର୍ତ୍ତରେ ସିହ୍ନାଙ୍କୁ ସମର୍ଥନ ଘୋଷଣା କରିଛି କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ତେଲଙ୍ଗାନା ରାଷ୍ଟ୍ରୀୟ ସମିତି । ସଂଖ୍ୟା ଗଣିତ ଦେଖିଲେ ୟୁପିଏ ଉପରେ ଏନଡିଏ ପଲ୍ଲା ଭାରି ରହିଛି । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ । ତଥାପି ଆଜିର ନାମାଙ୍କନ ବେଳେ ବିରୋଧୀ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି ।

Leave A Reply

Your email address will not be published.