Latest Odisha News

ଆଚାର୍ଯ୍ୟବିହାର ଓଭରବ୍ରିଜରେ ବାଇକ୍ ସହ ଜଳିଗଲେ ଯୁବକ, କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ଅଧରାତିରେ ଓଭରବ୍ରିଜରେ ଅଘଟଣ । ରାତି ପ୍ରାୟ ଗୋଟାଏ ବେଳେ ଆଚର୍ଯ୍ୟବିହାର ଓଭରବ୍ରିଜ୍ ଉପରେ ବାଇକ୍ ସହ ଜଳେ ଯୁବକ ଜଳି ଯାଇଛନ୍ତି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଯୁବକଙ୍କ ଶରୀରର ୭୦ ପ୍ରତିଶତ ଜଳି ଯାଇଥିବା ବେଳେ ମୃତ ଘୋଷଣା କରିଛନ୍ତି ଡାକ୍ତର ।

ମୃତ ଯୁବକ ଜଣଙ୍କ ଅମ୍ବିକା ପ୍ରସାଦ ପତି ହୋଇଥିବା ବେଳେ ଘର ଜଗତସିଂହପୁର ଜିଲ୍ଲାରେ । ସେ କେସୁରାରେ ଭଡ଼ାରେ ରହୁଥିଲେ । ମାର୍କେଟିଂରେ କାମ କରୁଥିଲେ ଅମ୍ବିକା ପ୍ରସାର । ରବିବାର ରାତିରେ ଚନ୍ଦ୍ରଶେଖରପୁରରେ ଏକ ବାହାଘରକୁ ଯାଇ ଫେରୁଥିବା ବେଳେ ଆଚାର୍ଯ୍ୟବିହାର ଓଭରବ୍ରିଜ୍ ଉପରେ ବାଇକ୍ ସହ ଜଳି ଯାଇଥିଲେ ଅମ୍ବିକା । ସହିଦନଗର ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

ତେବେ ଅମ୍ବିକାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଅଧରାତିରେ ଓଭରବ୍ରିଜରେ କେମିତି ବାଇକ୍ ସହ ଜଳିଗଲେ ଅମ୍ବିକା ପ୍ରସାଦ । କିଏ ତାଙ୍କୁ ମାରି ଦେଇ ନିଆଁ ଲଗାଇ ଦେଲା ନା ବାଇକରେ ଅକସ୍ମାତ୍ ନିଆଁ ଲାଗିଲା ନା ଆଉ କିଛି । ତାହା ଏବେବି ସନ୍ଦେହ ଘେରରେ ରହିଛି । ପୋଲିସର ଅଧିକ ଯାଞ୍ଚ ପରେ ଜଣା ପଡ଼ିବ ମୃତ୍ୟୁର କାରଣ ।

Leave A Reply

Your email address will not be published.