Latest Odisha News

BREAKING NEWS

ମାଆ ହେବାକୁ ଯାଉଛନ୍ତି ଆଲିଆ ଭଟ୍ଟ

ମୁମ୍ବାଇ: ଆଲିଆ ଦେଲେ ଖୁସି ଖବର । ବଲିଉଡର କ୍ୟୁଟ୍ ଅଭିନେତ୍ରୀ ଆଲିଆ ଭଟ୍ଟ ମାଆ ହେବାକୁ ଯାଉଛନ୍ତି । ଏନେଇ ସେ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି । ଲେଖିଛନ୍ତି ଘରକୁ ଆମ ବେବି ଶୀଘ୍ର ଆସୁଛି । ରଣବୀର ଓ ଆଲିଆ ଦୁଇରୁ ତିନି ହେବାକୁ ଯାଉଛନ୍ତି । ଆଲିଆଙ୍କ ଏହି ଇନଷ୍ଟ୍ରାଗ୍ରାମ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି । ପ୍ରଂଶସକଙ୍କ ସହ ସେଲିବ୍ରିଟି ଆଲିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଚଳିତବର୍ଷ ଏପ୍ରିଲ୍ ୧୪ରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ହୋଇଥିଲା । ବିହାହର ଅଢ଼େଇ ମାସ ମଧ୍ୟରେ ଏହି କ୍ୟୁଟ୍ କପଲ୍ ଦେଇଛନ୍ତି ଖୁସି ଖବର । ଆଲିଆଙ୍କ ପ୍ରେଗେନ୍ସି ଖବର ଜଣାପଡ଼ିବା ପରେ ୨ ପରିବାରରେ ଖୁସିର ମାହୋଲ ଖେଳି ଯାଇଛି ।

ଆଲିଆ ଇନଷ୍ଟା ପୋଷ୍ଟରେ ୨ଟି ଫଟୋ ସେୟାର୍ କରିଛନ୍ତି । ପ୍ରଥମ ଫଟୋରେ ହସ୍ପିଟାଲରେ ବେଡରେ ଅଛନ୍ତି ଆଲିଆ । ତାଙ୍କର ସୋନୋଗ୍ରାଫି ହୋଇଛି । କମ୍ପ୍ୟୁଟର ସ୍କିନରେ ଛୁଆକୁ ଦେଖି ଆଲିଆ ବେଶ୍ ଖୁସିଥିବା ନଜର ଆସିଛନ୍ତି । ତେବେ ଆଲିଆଙ୍କ ସମ୍ମୁଖରେ ରଣବୀର କପୁର ବସିଥିବା ଭଳି ଲାଗୁଛି । ଆଲିଆ ଆଉ ଏକ ଫଟୋ ସେୟାର୍ କରିଛନ୍ତି । ଯେଉଁଥିରେ ସିଂହୀ ସହ ଆଉ ଏକ ଛୁଆର ଫଟୋ ରହିଛି । ଏହାର ଅର୍ଥ ଆଲିଆ ଭଟ୍ଟଙ୍କ ପରିବାର ପୂରା ହେବାକୁ ଯାଉଛି ।

Leave A Reply

Your email address will not be published.