Latest Odisha News

BREAKING NEWS

ମାର୍ଚ୍ଚ ୧୮ରୁ ପୁଣି କାର୍ଯ୍ୟକ୍ଷମ ହେବ ୟେସ୍ ବ୍ୟାଙ୍କ

ନୂଆଦିଲ୍ଲୀ: ମାର୍ଚ୍ଚ ୧୮ ତଥା ଆସନ୍ତା ବୁଧବାରରୁ ପୁଣି କାର୍ଯ୍ୟକ୍ଷମ ହେବ ଦେବାଳିଆ ହୋଇପଡିଥିବା ୟେସ୍ ବ୍ୟାଙ୍କ । ସନ୍ଧ୍ୟା ୬ଟାରୁ ପୁଣି ଥରେ ପୂର୍ଣ୍ଣକାଳୀନ ସେବା ଯୋଗାଇଦେବ ୟେସ୍ ବ୍ୟାଙ୍କ । ଏନେଇ ବ୍ୟାଙ୍କ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ତେବେ ଦେଶରେ ଥିବା ୧,୧୩୨ଟି ୟେସ୍ ବ୍ୟାଙ୍କର ଶାଖା ଆସନ୍ତା ମାର୍ଚ୍ଚ ୧୯ରୁ ପୂର୍ଣ୍ଣ ଭାବେ ସେବା ଯୋଗାଇବ ।
ଏହି ସୁବିଧା ଉଭୟ ଡିଜିଟାଲ ଓ କାଉଂଟରହେର ଉପଲବ୍ଧ ହେବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ର ସରକାର ଓ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ଘରୋଇ ବ୍ୟାଙ୍କର ପୁର୍ପରୁଦ୍ଧାର ପାଇଁ ସହଯୋଗର ହାତ ବଢ଼ାଇବା ପରେ ଏହା ସମ୍ଭବ ହୋପାରିଛି ।
ଆର୍‌ବିଆଇ ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଣ ନେଇ କଟକଣା ଜାରି କରିଥିଲା । ଏହାପରେ ଇଂଟନେଟ୍ ବ୍ୟାଙ୍କିଙ୍ଗ, ୟୁପିଆଇ ପେମେଂଟ ଓ ଏଟିଏମ୍‌ରୁ ଟଙ୍କା ଉଠାଣ ବାଧାପ୍ରାପ୍ତ ହୋଇଥିଲା ।

Leave A Reply

Your email address will not be published.