Latest Odisha News

BREAKING NEWS

ଗେଟ୍ ୨୦୨୦: ପାଟନା ଚାଷୀଙ୍କ ପୁଅ ହେଲେ ଜାତୀୟ ଟପ୍ପର

ପାଟନା: ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନଆଇଟି) ର ଚତୁର୍ଥ ବର୍ଷର ବିଟେକ୍ ଛାତ୍ର ଅକ୍ଷୟ ରାୟ ଗ୍ରାଜୁଏଟ୍ ଆପ୍ଟିଚ୍ୟୁଡ୍ ଟେଷ୍ଟ ଇନ ଇଞ୍ଜିନିୟରିଂ (ଗେଟ) ପରୀକ୍ଷାରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଷ୍ଟ୍ରିମରେ ଜାତୀୟ ଟପ୍ପର ହୋଇଛନ୍ତି ।

ଶୁକ୍ରବାର ଦିନ ଆଇଆଇଟି ଦିଲ୍ଲୀ ଘୋଷଣା କରିଥିବା ଫଳାଫଳ ଅନୁଯାୟୀ ଅଭୟ ୧୦୦ ରୁ ୮୭.୩୩ ପ୍ରତିଶତ ମାର୍କ ହାସଲ କରିଛନ୍ତି।

ଅଭୟଙ୍କ ପିତା ଉପେନ୍ଦ୍ର ନାଥ ରାୟ ପେଷାରେ ଜଣେ କୃଷକ ଏବଂ ତାଙ୍କ ମାତା ସରୋଜ ରାୟ ଜଣେ ଗୃହିଣୀ ଅଟନ୍ତି ।

ପ୍ରଥମ ପ୍ରୟାସରେ ଏହି ସଫଳତା ପାଇଥିବା ୨୨ ବର୍ଷୀୟ ଅଭୟ କହିଛନ୍ତି ଯେ ଏହା ତାଙ୍କ ପରିବାର ପାଇଁ ଏକ ଗର୍ବର ମୁହୂର୍ତ୍ତ । “ମୁଁ ଶ୍ରେଷ୍ଠ ୧୦ ଜଣ ଛାତ୍ରଙ୍କ ମଧ୍ୟରେ ଏକ ରାଙ୍କ୍ ପାଇବାକୁ ଆଶା କରୁଥିଲି, କିନ୍ତୁ ମୁଁ ପ୍ରଥମ ସ୍ଥାନ ପାଇବି ବୋଲି ଆଶା କରି ନଥିଲି। ମୋର ପିତାମାତା ଆଜି ଗର୍ବିତ ଅନୁଭବ କରୁଛନ୍ତି ଏବଂ ମୋର କଠିନ ପରିଶ୍ରମ ମତେ ଫଳ ଦେଇଛି” ବୋଲି ସେ କହିଥିବା ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍ସରେ ଏକ ରିପୋର୍ଟରେ ପ୍ରକାଶିତ।

ପରୀକ୍ଷା ପାଇଁ ସେ କରିଥିବା ପୂର୍ବ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ପାଟନା ସ୍ଥିତ ଏକ କୋଚିଂ ସେଣ୍ଟରରେ ସେ ଯୋଗ ଦେଇଥିଲେ। “ମୁଁ ଗେଟ୍ ପରୀକ୍ଷା ପାଇଁ କଠିନ ପ୍ରସ୍ତୁତି କରୁଥିଲି। ନଭେମ୍ବର ପରେ ମୁଁ ମୋର ସମସ୍ତ ସମୟ ପଢିବାରେ ହିଁ ଅତିବାହିତ କରିଥିଲି ” ବୋଲି ସେ କହିଛନ୍ତି।

ତାଙ୍କର ବର୍ତ୍ତମାନର ଯୋଜନାକୁ ନେଇ ଅଭୟ କହିଛନ୍ତି ଯେ, “ମୁଁ ଭବିଷ୍ୟତରେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଛି। ତଥାପି, କିନ୍ତୁ ତା ମଧ୍ୟରେ ମୁଁ ଏକ ସରକାରୀ ଚାକିରୀ କରିବାକୁ ଲକ୍ଷ୍ୟ ରଖିଛି । ଯାହାଦ୍ୱାରା ମୁଁ ମୋ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେଇ ପାରିବି ।

Leave A Reply

Your email address will not be published.