Latest Odisha News

BREAKING NEWS

ଜନ୍ମଦିନରେ ଉର୍ବଶୀଙ୍କୁ ହନି ସିଂଙ୍କ ସ୍ପେଶିଆଲ ଗିଫ୍ଟ, ସୁନାର କେକ କାଟିଲେ ଅଭିନେତ୍ରୀ

ମୁମ୍ବାଇ: ନିଜର ଗ୍ଲାମର୍ ଲୁକ୍ ଆଉ ଡ୍ୟାନ୍ସ ପାଇଁ ଲୋକଙ୍କ ମନରେ ରାଜ୍ କରୁଥିବା ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ୩୦ତମ ଜନ୍ମଦିନରେ ମିଳିଛି ଏକ ବଡ ଉପହାର । ଏହି ଭିତରେ ଉର୍ବଶୀଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଗତକାଲି ଉର୍ବଶୀ ତାଙ୍କର ୩୦ ତମ ଜନ୍ମଦିନ ପାଳନ କରିଥିଲେ । ଉର୍ବଶୀ ତାଙ୍କ ଜନ୍ମଦିନକୁ ବହୁ ଧୁମଧାମରେ ପାଳନ କରିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଉର୍ବଶୀଙ୍କ ଜନ୍ମଦିନରେ ରାପର ୟୋ ୟୋ ହନି ସିଂ ତାଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ହନି ସିଂ ତାଙ୍କ ଜନ୍ମଦିନରେ ଉର୍ବଶୀଙ୍କୁ ଏକ ୨୪ କ୍ୟାରେଟ ସୁନାର କେକ୍ ଦେଇଛନ୍ତି ।

ଉର୍ବଶୀଙ୍କ ଜନ୍ମଦିନର ସେହି ବିଶେଷ କେକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଏହିପରି ଏକ ସୁନାର କେକ୍ କାଟିବା ହୁଏତ ବି-ଟାଉନ ଦୁନିଆରେ ପ୍ରଥମ । କେକ୍ ଟିକୁ ଦେଖିବା ପରେ ପ୍ରଶଂସକମାନେ ସାଧାରଣତଃ ଏହା ଭାବୁଥିଲେ ଯେ ଏହି କେକରେ ବୋଧ ହୁଏ ଗୋଲ୍ଡେନ୍ ଡଷ୍ଟ ଲଗାଯାଇଛି । କିନ୍ତୁ ଯେତେବେଳେ ହନି ସିଂ କହିଥିଲେ ଯେ ଏହି କେକ୍ ର ମୂଲ୍ୟ ୩ କୋଟି ଟଙ୍କା, ତାହା ଶୁଣି ସବୁ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ |

ହନି ସିଂ ଏକ ବିବୃତ୍ତିରେ ପ୍ରକାଶ କରିଛନ୍ତି ଯେ, ଏହା ଏକ ୨୪ କ୍ୟାରେଟ୍ ସୁନା କେକ୍ | ମୁଁ ଉର୍ବଶୀଙ୍କ ଏହି ବିଶେଷ ଦିନରେ ତାଙ୍କୁ କିଛି ବିଶେଷ ଦେବାକୁ ଚାହୁଁଥିଲି । ମୁଁ ତାଙ୍କୁ ଏକ କେକ୍ ଦେଲି ଯାହାର ମୂଲ୍ୟ ୩ କୋଟି ଟଙ୍କା ଥିଲା । ମୁଁ ଏହି କେକ୍ କାଟିବା ମୁହୂର୍ତ୍ତକୁ ସ୍ମରଣୀୟ କରିବାକୁ ଚାହୁଁଥିଲି ଯାହା ଦ୍ଵାରା ଲୋକମାନେ ସବୁଦିନ ପାଇଁ ମନେ ରଖିବେ ଯେ କେହି ଜଣେ ତାଙ୍କର କୋ-ଷ୍ଟାରଙ୍କ ପାଇଁ ଏହିପରି କିଛି କରିଥିଲେ |

ସେପଟେ ଉର୍ବଶୀ ତାଙ୍କ ଜନ୍ମଦିନ ଉତ୍ସବର ଫଟୋ ଏବଂ ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋରେ ଅଭିନେତ୍ରୀ ହନ୍ନି ସିଂଙ୍କ ସହ ତାଙ୍କ ଜନ୍ମଦିନ ପାଳନ କରୁଥିବା ଦେଖିବାକୁ ମିଳିଛି । ସେ ୨୪ କ୍ୟାରେଟ ପ୍ରକୃତ ସୁନାର କେକ୍‌ କାଟିଥିବାର ନଜର ଆସିଛନ୍ତି । ତାଙ୍କ ଜନ୍ମଦିନରେ ଉର୍ବଶୀ ଏକ ଲାଲ ଆଉଟଫିଟରେ ନଜର ଆସିଛନ୍ତି । ଫଟୋ ସେୟାର କରି ଉର୍ବଶୀ କ୍ୟାପସନରେ ଲେଖିଛନ୍ତି, “ଲଭ୍ ଡୋଜର ସେଟରେ ଜନ୍ମଦିନ ସମାରୋହ । ହନ୍ନି ସିଂଙ୍କୁ ଅନେକ ଅନେକ ଧନ୍ୟବାଦ । ଏହା ମୋ କ୍ୟାରିୟରରେ ଏକ ଚମତ୍କାର ଅଧ୍ୟାୟ ସୃଷ୍ଟି କରିଛି । ତୁମ ପାଇଁ ମୋ ପାଖରେ କିଛି ଶଦ୍ଦ ନାହିଁ । ଧନ୍ୟବାଦ ।” ତେବେ ଏହି ଫଟୋ ଭାଇରାଲ ହେବା ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଶଂସକମାନେ ଉର୍ବଶୀଙ୍କର ଏହି ପୋଷ୍ଟକୁ ଦେଖି ଭିନ୍ନ ଭିନ୍ନ ମତ ଦେବାରେ ଲାଗିପଡିଛନ୍ତି । ଜଣେ ପ୍ରଶଂସକ କେକ୍ କୁ ଦେଖି ପଚାରୁଛନ୍ତି ଯେ, ଏହା ସହିତ କଣ କରାଯିବ । ସେହିପରି ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି ଯେ, ଏହାକୁ ଖିଆଯିବା ନା ରଖାଯିବ । ସେହିପରି ଆଉଜଣେ ପ୍ରଶଂସକ ଲେଖିଛନ୍ତି ଯେ, ଗୋଲଡେନ୍ କେକ୍ |

Leave A Reply

Your email address will not be published.