Latest Odisha News

ବଦଳିଯିବ ଆପଣଙ୍କର ଭାଗ୍ୟ, ପିନ୍ଧନ୍ତୁ ଏହି ମୁଦି…

ଭୁବନେଶ୍ୱର: ହାତରେ ମୁଦି ତ ଅନେକ ଲୋକ ପିନ୍ଧୁଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ତମ୍ବା, କଇଁଚ୍ଛ, ଘୋଡ଼ା ନାଲ ଏବଂ ନବଗ୍ରହ ଇତ୍ୟାଦିର ମୁଦି ପିନ୍ଧିବା ଦ୍ୱାରା ଭାଗ୍ୟରେ ପରିର୍ତ୍ତନ ଆସେ ବୋଲି ଅନେକ ଲୋକ ବିଶ୍ୱାସ କରନ୍ତି।

ଜାଣନ୍ତୁ କିଭଳି ମୁଦି ପିନ୍ଧିଲେ ଆପଣଙ୍କ ଭାଗ୍ୟ ବଦଳି ଯାଇପାରେ

ନବଗ୍ରହ ମୁଦି:

ନବଗ୍ରହ ମୁଦି ପିନ୍ଧିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହେ। ସୁଖ, ସମୃଦ୍ଧି, ମାନ ସମ୍ନାନ ବୃଦ୍ଧି ହୁଏ। ଏହାକୁ ଧାରଣ କଲେ ମନରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଏହା ଏପରି ଏକ ମୁଦି ଯାହାକୁ ଆପଣ ଜ୍ୟୋତିଷଙ୍କ ମତାମତ ନ ନେଇ ମଧ୍ୟ ପିନ୍ଧି ପାରିବେ।

ସାପ ଆକୃତିର ମୁଦି:

ଜୋତିଷ ଶାସ୍ତ୍ର ଆନୁସାରେ, ସର୍ପାକାର ମୁଦି ଜାତକରୁ କାଳ ସର୍ପଦୋଷ କାଟି ଥାଏ। ଏହା ପିତୃ ଦୋଷ ଏବଂ ଗ୍ରହଣ ଦୋଷ ମଧ୍ୟ ଦୂର କରିଥାଏ। ଏହା ସହ ସର୍ପାକୃତି ମୁଦି ଖରାପ ନଜରରୁ ରକ୍ଷା କରିଥାଏ।

କଇଁଚ୍ଛ ଆକୃତିର ମୁଦି:

କଇଁଚ୍ଛ ଆକୃତିର ମୁଦି ପିନ୍ଧିଲେ ଆପଣଙ୍କ ଭାଗ୍ୟ ଚମକି ଯାଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ବ୍ୟକ୍ତିର ଜୀବନରେ ଥିବା ଅନେକ ଦୋଷକୁ କାଟିଥାଏ। ଏହା ସହ ଏହି ମୁଦି ପିନ୍ଧିବା ଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।

ତମ୍ବା ମୁଦି:

ଜୋତିଷଶାସ୍ତ୍ର ଅନୁସାରେ ତମ୍ବା ମୁଦି ପିନ୍ଧିବା ଦ୍ୱାରା ସମାଜରେ ମାନ ସମ୍ନାନ ବୃଦ୍ଧି ହୋଇଥାଏ। ଏହା ସ୍ୱାସ୍ଥ୍ୟକୁ ଭଲ ରଖିଥାଏ। ତମ୍ବା ଧାରଣ କରିବା ଯୋଗୁଁ ବଳ ଏବଂ ବୁଦ୍ଧି ଇତ୍ୟାଦି ବଢ଼ିଥାଏ।

ଘୋଡ଼ା ନାଲରେ ତିଆରି ମୁଦି:

କଳା ଘୋଡ଼ା ନାଲରେ ତିଆରି ମୁଦି ପିନ୍ଧିବା ଦ୍ୱାରା ଶନି ଦୋଷ ଦୂର ହୋଇଥାଏ। ଯଦି କୌଣସି ବ୍ୟକ୍ତିଙ୍କର ଶନି ଦଶା ଚାଲିଥାଏ ସେମାନେ ଏହି ମୁଦି ପିନ୍ଧିବା ଦ୍ୱାରା ଶନି ଦଶା କଟି ଯାଇଥାଏ। ଏବଂ ଜୀବନରେ ସମସ୍ୟା ଆସେ ନାହିଁ।

Leave A Reply

Your email address will not be published.