Latest Odisha News

ଭାରତରେ ପଢିପାରିବେନି ଆପଣ ଏହି ପୁସ୍ତକ, ଜାଣନ୍ତୁ ଏହା ପଛର କାରଣ

ଭୁବନେଶ୍ଵର: ପୁସ୍ତକ ପଢିବାକୁ କାହାକୁ ବା ଭଲ ନ ଲାଗେ । ଯଦି ଆପଣଙ୍କୁ କୌଣସି ବିଷୟରେ କିଛି ବି ଜ୍ଞାନର ଆବଶ୍ୟକତା ଥାଏ ତେବେ ତାହା ବହିରୁ ହିଁ ମିଳିଥାଏ । କିନ୍ତୁ କଣ ଆପଣ ଜାଣନ୍ତି କି ଭାରତରେ ଏପରି ଅନେକ ପୁସ୍ତକ ରହିଛି ଯାହାକୁ ଆପଣ ଚାହିଁଲେ ବ ପଢିପାରିବେନି । କାରଣ କୌଣସି କାରଣ ବସତଃ ସେହି ପୁସ୍ତକ ଉପରେ ବ୍ୟାନ ଲାଗିଛି । ଏହି ଭିନ୍ନ ଭିନ୍ନ ପୁସ୍ତକରେ ବ୍ୟାନ୍ ଲାଗିବାର କାରଣ ମଧ୍ୟ ଅଲଗା ଅଲଗା । ତେବେ ଆସନ୍ତୁ ଜାଣିବା ସେହି ପୁସ୍ତକ ବିଷୟରେ…

  • ନେହେରୁ: ଏ ପଲ୍ଟିକାଲ ବୟୋଗ୍ରାଫି

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଉପରେ ଲିଖିତ ଏହି ପୁସ୍ତକକୁ ବିବାଦୀୟ ବିବେଚନା କରି ୧୯୭୫ରେ ଏହାକୁ ବ୍ୟାନ କରାଯାଇଥିଲା ।

  • ଦ ହିନ୍ଦୁଜ: ଏକ୍ ଅଲ୍ଟରନେଟିଭ ହିଷ୍ଟ୍ରି

ଧାର୍ମିକ ସଂଗଠନର ବିରୋଧ ହେତୁ ପେଙ୍ଗୁଇନ୍ ଇଣ୍ଡିଆ ୱେଣ୍ଡି ଡୋନିଗରଙ୍କ ଏହି ପୁସ୍ତକ ଉପରେ ପ୍ରତିବନ୍ଧକ ଲଗାଇଥିଲା ।

  • ଦ ସୈଟନିକ ବସେଜ

ସଲମାନ ରୁସ୍ତିଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକ ବିଂଶ ଶତାବ୍ଦୀର ଅନ୍ୟତମ ବିବାଦୀୟ ପୁସ୍ତକ ଅଟେ | ୧୯୮୮ରେ ଏହି ପୁସ୍ତକ ପ୍ରକାଶିତ ହେବା ପରେ ଆୟତୋଲ୍ଲା ଖୋମୈନିଙ୍କ ଦ୍ୱାରା ରୁସ୍ତିଙ୍କ ବିରୋଧରେ ଏକ ଫତୱା ଜାରି କରାଯାଇଥିଲା। ତେବେ ଫତୱା ଜାରି ହେବା ପୂର୍ବରୁ ମଧ୍ୟ ଏହି ପୁସ୍ତକ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ପ୍ରଥମ ଦେଶ ଭାବରେ ଭାରତ ପ୍ରଥମେ ଏହି ପ୍ରତିବନ୍ଧକ ଲଗାଇଥିଲା । କୁହାଯାଏ ଯେ ଏହି ପୁସ୍ତକରେ ଇସଲାମ ଧର୍ମର ଅପମାନ କରାଯାଇଥିଲା ।

  • ନାଇଟ ଅମ୍ବର୍ସ ଟୁ ରାମା

ଆମେରିକୀୟ ଷ୍ଟାନଲି ୱୋଲପର୍ଟ ଏହି ପୁସ୍ତକ ଲେଖିଛନ୍ତି | ଯେଉଁଥିରେ ସେ ଗଡସେଙ୍କ ଦ୍ଵାରା ଗାନ୍ଧୀଙ୍କ ହତ୍ୟା ଘଟଣାର ଶେଷ କିଛି ଘଣ୍ଟା ବିଷୟରେ ସଂକ୍ଷେପରେ ବର୍ଣ୍ଣନା କରିଥିଲେ। ତାଙ୍କ ପୁସ୍ତକ ଅନୁସାରେ ଗାନ୍ଧିଜୀଙ୍କ ସୁରକ୍ଷାକୁ ନେଇ ଏକ ବଡ ଷଡଯନ୍ତ୍ର କରାଯାଇଥିଲା। ଯେଉଁଥିପାଇଁ ଏହି ପୁସ୍ତକ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ୱୋଲପର୍ଟ, ଜିନ୍ନା ଉପରେ ଏକ ପୁସ୍ତକ ଲେଖିଥିଲେ ଯାହା ପାକିସ୍ତାନରେ ପ୍ରତିବନ୍ଧକ ଲଗାଇଥିଲା ।

 

Leave A Reply

Your email address will not be published.