Latest Odisha News

BREAKING NEWS

ଭାଇରାଲ ହେଲା ବବି ଦେଓଲଙ୍କ ଉଦିରନ ଲୁକ

ମୁମ୍ବାଇ: ବବି ଦେଓଲଙ୍କ ତାଙ୍କ ଜନ୍ମଦିନ ଅବସରରେ ପ୍ରଶଂସକମାନଙ୍କୁ ଏକ ଚମତ୍କାର ଭେଟି ପ୍ରଦାନ କରିଛନ୍ତି । ଆନିମଲର ସଫଳତା ପରେ ଏବେ ସମସ୍ତଙ୍କ ନଜର ତାଙ୍କ ଆଗାମୀ ଫିଲ୍ମ କଙ୍ଗୁୱା ଉପରେ ରହିଛି । ସୂରିୟା ଅଭିନୀତ ଏହି ତାମିଲ ଫିଲ୍ମରେ ବବି ଖଳନାୟକ ଭୂମିକା କରୁଛନ୍ତି । ସୂରିୟା ଉଦିରନ ଚରିତ୍ରର ଲୁକ ଆଜି ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହା ଶେୟାର ହେବାର ଖୁବ କମ ସମୟ ମଧ୍ୟରେ ଭାଇରାଲ ହୋଇଛି । ବବିଙ୍କ ବଡ ବଡ କେଶ, ଅସ୍ତ୍ର ଓ ବାମ ଆଖି ଏକ ଭୟଙ୍କର ଲୁକ ପ୍ରଦାନ କରୁଛି । ତାଙ୍କ ଚାରିପଟେ ମହିଳାମାନେ ରହିଛନ୍ତି । ସୂରିୟା ଓ ବବିଙ୍କ ବ୍ୟତୀତ ଏହି ଫିଲ୍ମରେ ଦିଶା ପାଟନୀ ମଧ୍ୟ ଅଭିନୟ କରୁଛନ୍ତି ।

ଦେବୀ ଶ୍ରୀ ପ୍ରସାଦ ଏହାର ମ୍ୟୁଜିକ କମ୍ପୋଜ କରିଛନ୍ତି । ରିପୋର୍ଟ ମୁତାବକ ଏହି ମେଗା ବଜେଟ ଫିଲ୍ମ ୩୮ ଭାଷାରେ ରିଲିଜ ହେବ । ୨ଡି ଓ ଥ୍ରି ଡି ଭର୍ସନରେ ମଧ୍ୟ ଏହା ରିଲିଜ ହେବ । ଏହି ଫିଲ୍ମ ମାଧ୍ୟମରେ ବବି ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ପଦାର୍ପଣ କରିବେ । ସେ ଏହା ପରେ ଏକ ତେଲୁଗୁ ଫିଲ୍ମରେ ମଧ୍ୟ ଅଭିନୟ କରିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.