Latest Odisha News

BREAKING NEWS

ଫ୍ରାନ୍ସରେ କରୋନାର ପଞ୍ଚମ ଲହରୀ ଆରମ୍ଭ,ଏହା ଅଧିକ ବିପଦ ଜନକ ହୋଇପାରେ : ସ୍ୱାସ୍ଥ୍ୟମନ୍ତ୍ରୀ

ଫ୍ରାନ୍ସ : କରୋନା ମହାମାରୀ ପୁଣି ଫ୍ରାନ୍ସରେ କାୟା ବିସ୍ତାର କରିବାରେ ଲାଗିଛି । ଦେଶରେ କୋରନା ମହାମାରୀର ପଞ୍ଚମ ଲହରୀ ଆରମ୍ଭ ହୋଇଗଲାଣି ବୋଲି ଫ୍ରାନ୍ସ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି  । ଏବଂ ପୂର୍ବରୁ ପଡୋଷୀ ଦେଶ ମାନଙ୍କରେ ମଧ୍ୟ ପଞ୍ଚମ ଲହରୀ ଆସି ସାରିଛି । ଫ୍ରାନ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ଓଲିଭିୟର ବିରେନ ଗଣମାଧ୍ୟମକୁ କହିଛନ୍ତି ଆମ ଦେଶରେ କରୋନା ମହାମାରୀରର ପଞ୍ଚମ ଲହରୀ ଆରମ୍ଭ ସ୍ଥିତି ଦେଖିବାକୁ ମିଳିଛି।

ଏହା ଗତ ଲହରୀ ତୁଳନାରେ ଅଧିକ ମାରତ୍ମକ ହୋଇପାରେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଆମେ ପ୍ରାନ୍ସ ବାସୀଙ୍କୁ ଅନୁରୋଧ କରିଛୁ ଯେ ସେମାନେ କୋଭିଡ୍ ପ୍ରୋଟକଲ ମାନି ସୁରକ୍ଷିତ ରୁହନ୍ତୁ। ଅଧିକ ଭ୍ୟାକସିନ ଓ ସ୍ୱଚ୍ଛତା ମାଧ୍ୟମରେ ଆମେ କରୋନାର ପଞ୍ଚମ ଲହରୀକୁ ଦୁର୍ବଳ କରିପାରିବା ତା ସହ ଜନତା ସମର୍ଥନ ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି।

ପ୍ରାନ୍ସରେ ଏପର୍ଯ୍ୟନ୍ତ କୋରନା ସଂକ୍ରମଣ କାରଣରୁ ୭୩.୪୬ ଲକ୍ଷରୁ ଅଧିକ କରୋନା କେସ୍ ରେକର୍ଡ କରାଯାଇଛି।କରୋନା କାରଣରୁ ପ୍ରାନ୍ସରେ ୧.୧୯ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । କରୋନାର ଦ୍ୱିତୀୟ ଲହରୀ ସବୁ ଦେଶରେ ଅଧିକ ବିପଦଜ୍ଜନକ ପରିସ୍ଥିତି ସୃଷ୍ଟି କରିଥିଲା।

Leave A Reply

Your email address will not be published.