Latest Odisha News

BREAKING NEWS

ବାହାଘର ବରଯାତ୍ରୀରେ ନାଚୁ ନାଚୁ ଚାଲିଗଲା ଜୀବନ

କାନପୁର: ମୃତ୍ୟୁ କାହା ପାଇଁ  କେତେବେଳେ ଆସେ  ଜଣା ନଥାଏ । ଆାଜିକାଲି ଏମିତି ମୃତ୍ୟୁ ଆସୁଛି ଯାହାକୁ ଶୁଣିଲେ ଛାତି ଥରି ଯାଉଛି । ଏମିତିକି ନୃତ୍ୟ, ଅଭିନୟ, ଜିମ୍ କରିବା ସମୟରେ ଲୋକଙ୍କ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସୁଛି। ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି  ।

କାନପୁରର ହରଡାଉଲି ନିବାସୀ ଅଭୟ ସଚ୍ଚନ ମଙ୍ଗଳବାର ମଧ୍ୟପ୍ରଦେଶର ରେୱା ଜିଲ୍ଲାର ହରଡାଉଲି ଗାଁରେ ଏକ ବାହାଘରରେ ଯୋଗ ଦେବାକୁ  ଯାଇଥିଲେ। ସେଠାରେ ବରଯାତ୍ରୀଙ୍କ ମେଳରେ ନାଚୁଥିବା ବେଳେ ଅଭୟ ତଳେ ପଡିଯାଇଥିଲେ।

ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଅଭୟ ସଚ୍ଚନ ୨୦୧୧ରେ ବିବାହ କରିଥିଲେ। ତାଙ୍କ ପତ୍ନୀ ହେଉଛନ୍ତି ଅନଶିକା ସଚ୍ଚନ। ଏବଂ ୪ ବର୍ଷ ବୟସର ପୁଅ । ବୁଧବାର ରେୱା ମେଡିକାଲ କଲେଜରେ ପୋଷ୍ଟମର୍ଟମ ହୋଇଥିଲା। ଏବଂ ହୃଦ୍‌ଘାତ  ଯେଗୁଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ମୃତକଙ୍କ ଭାଇ ଡକ୍ଟର ଅଜିତ ସଚ୍ଚନ ସ୍ପଷ୍ଟ କରିଛନ୍ତି।

 

Comments are closed.