Latest Odisha News

BREAKING NEWS

ଗଭୀର ଜଳରାଶିରେ ବୁଡିଗଲା ବୋଟ୍ ୩୧ ବିଦେଶୀଙ୍କ ମୃତ୍ୟୁ ଆଶଙ୍କା

ଫ୍ରାନ୍ସ : ବ୍ରିଟେନ୍ ଅଭିମୁଖେ ଯାଉଥିବା ଏକ ବୋଟ୍ ବୁଡିଯିବା କାରଣରୁ ୩୧ ଜଣ ବିଦେଶୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ଫ୍ରାନ୍ସର ଗୃହମନ୍ତ୍ରୀ ଜୋରାଲଡ୍ ଡର୍ମାନିନ୍ କହିଛନ୍ତି ଯେ । ବୋଟ୍ ରେ ୩୪ ଜଣ ବ୍ୟକ୍ତି ଯାତ୍ରା କରୁଥିଲେ । ବିପଦଜ୍ଜନକ ଜଳରାଶିରେ ପାର ହେବା ସମୟରେ ଇିିଂଲିସ୍ ଚ୍ୟାନେଲରେ ବୋଟ୍ ଟି ବୁଡି ଯାଇଥିଲା । ଉଦ୍ଧାରକାରୀ ମାନେ ୫ ଜଣ ମହିଳାଙ୍କ ଜଣେ ଯୁବତୀଙ୍କ ସମତେ ୩୧ ଜଣଙ୍କ ଶବ ଉଦ୍ଧାର କରିଛନ୍ତି ।

ଏହାଛଡା ଗଭୀର ଜଳରାଶିରୁ ୨ ଜଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ହେଲେ ବୋଟରେ ଯାତ୍ରା କରୁଥିବା ଯାତ୍ରୀ ମାନେ କେଉଁଦେଶର ବାସିନ୍ଦା ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଉଦ୍ଧାର କରିଥିବା ସାମୁଦ୍ରିକ କର୍ତୁପକ୍ଷ କହିଛନ୍ତି କି ୨୭ ଜଣଙ୍କ ମୃତଦେହ ଦୁଇ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି ।ସେମାନେ ବୁଡି ଯାଇଥିବା ଆଂଶକା କରାଯାଉଛି ।

Leave A Reply

Your email address will not be published.