Latest Odisha News

BREAKING NEWS

ବଡ ଭାଇର ମୃତ୍ୟୁ ଖବର ଶୁଣିବା ମାତ୍ରେ ଚାଲିଗଲା ସାନର ଜୀବନ

ମୈନପୁରୀ: ଆଗ୍ରାର ମୈନପୁରୀରେ ଏ ଭଳି ଏକ ଦୁଃଖଦ ଘଟଣା ଘଟିଛି ଯାହାକି ସମ୍ପୂର୍ଣ୍ଣ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ମୋହନପୁର ରୁରିୟା ଅଂଚଳର ଦୁଇ ଭାଇ ଅନାର ସିଂ ପାଲ (୮୫) ଓ ତେଜ ସିଂ ପାଲ(୮୩)ଙ୍କ ସ୍ନେହ ସମ୍ପର୍କ ସାରା ଅଂଚଳରେ ଚର୍ଚ୍ଚାର କାରଣ ସାଜିଥାଏ । ଦୁଇ ପରିବାର ସୁଖ ଶାନ୍ତିରେ ଏକତ୍ର ରହୁଥିଲେ । ହଠାତ ମଙ୍ଗଳବାର ଦିନ ଅନାର ତଳେ ପଡିଗଲେ ଏବଂ ଏହାର କିଛି ସମୟ ପରେ ତାଙ୍କ ଜୀବନ ଚାଲିଗଲା । ପରିବାରର ସମସ୍ତ ସଦସ୍ୟ ବିଳାପ କରୁଥିବା ବେଳେ ନୀରବ ହୋଇ ବସିଥିବା ତେଜ ସିଂ ହଠାତ ଅଚେତ ହୋଇଗଲେ । ଶତ ଚେଷ୍ଟା ସତ୍ୱେ ତାଙ୍କୁ ବଂଚାଇବା ସମ୍ଭବପର ହୋଇ ନ ଥିଲା । ଶେଷରେ ସନ୍ଧ୍ୟା ପରେ ଦୁଇ ଭାଇଙ୍କ ଅନ୍ତିମ ସଂସ୍କାର ଏକତ୍ର କରାଯାଇଥିଲା । ପିଲାବେଳୁ ଆରମ୍ଭ କରି ବୃଦ୍ଧ ହେବା ପର୍ଯ୍ୟନ୍ତ ସେମାନେ ଏକତ୍ର ରହି ଆସିଥିଲେ । ସେମାନଙ୍କ ଶରୀର ହୁଏତ ଅଲଗା ହୋଇପାରେ କିନ୍ତୁ ମନ ପ୍ରାଣ ଏକ ଥିଲା । ଶେଷରେ ଏକତ୍ର ପ୍ରାଣ ତ୍ୟାଗ କରି ସମାଜକୁ ଅନେକ ନୀତିଶିକ୍ଷା ଦେଇଗଲେ ।

Leave A Reply

Your email address will not be published.