ମୈନପୁରୀ: ଆଗ୍ରାର ମୈନପୁରୀରେ ଏ ଭଳି ଏକ ଦୁଃଖଦ ଘଟଣା ଘଟିଛି ଯାହାକି ସମ୍ପୂର୍ଣ୍ଣ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ମୋହନପୁର ରୁରିୟା ଅଂଚଳର ଦୁଇ ଭାଇ ଅନାର ସିଂ ପାଲ (୮୫) ଓ ତେଜ ସିଂ ପାଲ(୮୩)ଙ୍କ ସ୍ନେହ ସମ୍ପର୍କ ସାରା ଅଂଚଳରେ ଚର୍ଚ୍ଚାର କାରଣ ସାଜିଥାଏ । ଦୁଇ ପରିବାର ସୁଖ ଶାନ୍ତିରେ ଏକତ୍ର ରହୁଥିଲେ । ହଠାତ ମଙ୍ଗଳବାର ଦିନ ଅନାର ତଳେ ପଡିଗଲେ ଏବଂ ଏହାର କିଛି ସମୟ ପରେ ତାଙ୍କ ଜୀବନ ଚାଲିଗଲା । ପରିବାରର ସମସ୍ତ ସଦସ୍ୟ ବିଳାପ କରୁଥିବା ବେଳେ ନୀରବ ହୋଇ ବସିଥିବା ତେଜ ସିଂ ହଠାତ ଅଚେତ ହୋଇଗଲେ । ଶତ ଚେଷ୍ଟା ସତ୍ୱେ ତାଙ୍କୁ ବଂଚାଇବା ସମ୍ଭବପର ହୋଇ ନ ଥିଲା । ଶେଷରେ ସନ୍ଧ୍ୟା ପରେ ଦୁଇ ଭାଇଙ୍କ ଅନ୍ତିମ ସଂସ୍କାର ଏକତ୍ର କରାଯାଇଥିଲା । ପିଲାବେଳୁ ଆରମ୍ଭ କରି ବୃଦ୍ଧ ହେବା ପର୍ଯ୍ୟନ୍ତ ସେମାନେ ଏକତ୍ର ରହି ଆସିଥିଲେ । ସେମାନଙ୍କ ଶରୀର ହୁଏତ ଅଲଗା ହୋଇପାରେ କିନ୍ତୁ ମନ ପ୍ରାଣ ଏକ ଥିଲା । ଶେଷରେ ଏକତ୍ର ପ୍ରାଣ ତ୍ୟାଗ କରି ସମାଜକୁ ଅନେକ ନୀତିଶିକ୍ଷା ଦେଇଗଲେ ।
BREAKING NEWS
- ପୂର୍ବତନ ଡିଜିପି ଖୁରାନିଆଙ୍କୁ କାରଣ ଦର୍ଶାଅ ନୋଟିସ୍
- Drug Inspector Exam: ପ୍ରେମ ପାଇଁ ପେପର ଲିକ୍! ବ୍ରେକଅପ୍ ପରେ ସବୁ ଗୁମର ଖୋଲିଲେ ବୟଫ୍ରେଣ୍ଡ୍
- ସିନ୍ଧେକେଲାରେ ସଶସ୍ତ୍ର ଡକାୟତି, ୫ କେଜିର ସୁନା ଓ ରୂପା ଗହଣା ଜବତ
- China’s Monster Dam: ନେପାଳ ବିପର୍ଯ୍ୟୟ ପରେ ଚିନ୍ତା ବଢ଼ାଇଲା ଚୀନର ‘ଓ୍ବାଟର ବୋମା’! ଭାରତ ପାଇଁ ବଡ଼ ବିପଦର ସଙ୍କେତ?
- ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ
- ନେପାଳରେ ଓଡ଼ିଆ ଖେଳାଳି ସୁରକ୍ଷିତ: ମନ୍ତ୍ରୀ
- ନୂଆ ପରିବହନ ନୀତିକୁ ନେଇ ଚର୍ଚ୍ଚା: ବାତିଲ୍ ହେବ ୨୦ ଲକ୍ଷ ଗାଡ଼ିର ଆର୍ସି
- କାନପୁରରେ ବଡ଼ ବିମାନ ଦୁର୍ଘଟଣା: ତାଲିମପ୍ରାପ୍ତ ୨ ପାଇଲଟଙ୍କ ମୃତ୍ୟୁ
- ଯାତ୍ରା କଳାକାର ପୀୟୁଷ ତ୍ରିପାଠି ଅସୁସ୍ଥ, ମଞ୍ଚ ଉପରେ ପଡ଼ିଗଲେ..
- ମଝି ସମୁଦ୍ରରେ ପଣ୍ୟବାହୀ ଜାହାଜ ବୁଡିଯିବା ଘଟଣା: ପାରାଦ୍ଵୀପ ପହଞ୍ଚିଲେ ଉଦ୍ଧାର ହୋଇଥିବା ୨ କ୍ର୍ୟୁ ସଦସ୍ୟ

Comments are closed.