Latest Odisha News

BREAKING NEWS

ପାକିସ୍ତାନୀ କହୁଛନ୍ତି ଯେ ଭାରତର ବିଭାଜନ ଏକ ବଡ ଭୁଲ୍ ଥିଲା

ନୂଆଦିଲ୍ଲୀ: ବର୍ତ୍ତମାନ ଦିଲ୍ଲୀରେ ସାରା ବିଶ୍ୱର ବିଶିଷ୍ଟ ନେତାମାନଙ୍କର ମେଳା ଲାଗିଛି । ଜି-୨୦ ଶିଖର ସମ୍ମିଳନୀ ପାଇଁ ବିଭିନ୍ନ ଦେଶର ବଡ ନେତାମାନେ ଭାରତ ଆସିଛନ୍ତି। ଅନ୍ୟପକ୍ଷରେ, ଭାରତରେ ଜି -୨୦ର ବିଶାଳ ଆୟୋଜନକୁ ନେଇ ପାକିସ୍ତାନର ଲୋକମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । ପାକିସ୍ତାନ ଜି-୨୦ର ସଦସ୍ୟ ନୁହେଁ, ତେଣୁ ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ସାମିଲ୍ ହେବା ପାଇଁ ପାକିସ୍ତାନକୁ ନିମନ୍ତ୍ରଣ  କରାଯାଇ ନାହିଁ । ଏନେଇ ପାକିସ୍ତାନୀ ଜନତା ତାଙ୍କ ସରକାର ଉପରେ କ୍ରୋଧ ଜର୍ଜରିତ । ଯେତେବେଳେ ସାରା ବିଶ୍ୱରେ କୌଣସି ବି ସ୍ଥାନରେ ପାକିସ୍ତାନର ଇଜ୍ଜତ୍ ନାହିଁ ତ କିଏ କାହିଁକି ତାଙ୍କୁ ଡାକିବେ ବୋଲି ସେମାନେ କହିଛନ୍ତି ।

ଏନେଇ ପାକିସ୍ତାନର ଏକ ୟୁଟ୍ୟୁବ୍ ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ରିଅଲ ଏଣ୍ଟରଟେନମେଣ୍ଟ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ ଦ୍ୱାରା ଭାରତରେ ଆୟୋଜିତ ଜି-୨୦ ବିଷୟରେ ପାକିସ୍ତାନର ସାଧାରଣ ଲୋକଙ୍କ ସହିତ ଆଲୋଚନା କରାଯାଇଛି । ସେଥିରେ ରିପୋର୍ଟର ଜଣକ ପ୍ରଶ୍ନ କରିଛନ୍ତି, ଏମିତି କ’ଣ କାରଣ ଅଛି ଯେ ଭାରତରେ ଆଜି ଏତେ ବଡ ସମ୍ମିଳନୀ ଆୟୋଜନ କରାଯାଉଛି ଏବଂ ପାକିସ୍ତାନ ଏବେବି ମଧ୍ୟ ତା’ର  ପରିସ୍ଥିତି ସହିତ ସଂଘର୍ଷ କରୁଛି । ତାଙ୍କ ଉତ୍ତରରେ ଜଣେ ପାକିସ୍ତାନୀ ନାଗରିକ କହିଛନ୍ତି ଯେ ପାକିସ୍ତାନ ଏକ ଭୋକିଲା, ଲଙ୍ଗଳା ଦେଶ, ତେବେ ଏପରି ଦରିଦ୍ର ଦେଶ ସହିତ ସମ୍ପର୍କ ରଖିବାକୁ କେହି ଚାହାଁନ୍ତି ନାହିଁ । ଯେଉଁଠିକୁ ବି ଗଲେ ପ୍ରତ୍ୟେକ ଦେଶ ଭାବନ୍ତି ଯେ ପାକିସ୍ତାନ ଟଙ୍କା ମାଗିବାକୁ ଆସିଛି। ଏହି ସମୟରେ କିଛି ଲୋକ ପିଓକେ ଏବଂ ଭାରତୀୟ କାଶ୍ମୀରର ଅବସ୍ଥାକୁ ତୁଳନା କରୁଥିବାର ଦେଖିବାକୁ ମିଳିଛି । ଏଥି ସହିତ ଭାରତୀୟ କାଶ୍ମୀରର ସ୍ଥିତି ପିଓକେ ତୁଳନାରେ ବେଶ୍ ଉନ୍ନତ ବୋଲି ସେମାନେ ସହମତି ଜଣାଇଥିଲେ ।

ଏ ସମ୍ପର୍କରେ ଜଣେ ବ୍ୟକ୍ତି କହିଛନ୍ତି ଯେ ପାକିସ୍ତାନକୁ ସ୍ୱାଧୀନ ହେବାର ୭୫ ବର୍ଷ ବିତିଗଲାଣି, କିନ୍ତୁ ପାକିସ୍ତାନ ସେତେବେଳେ  ଭୁଲରେ ସ୍ୱାଧୀନତା ପାଇଥିଲା । ଏଥିସହିତ ସେ କହିଛନ୍ତି ଯେ ସେହି ମୁସଲମାନମାନେ ଠିକ୍ ଥିଲେ ଯେଉଁମାନେ ପାକିସ୍ତାନ ଗଠନ କରିବାକୁ ଚାହୁଁ ନଥିଲେ ଓ ବିଭାଜନ ବିରୁଦ୍ଧରେ ଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଆଜିର ସମୟରେ ମତଦାନ ହୁଏ ଏବଂ ଆମକୁ ଅନ୍ୟ କୌଣସି ଦେଶ ପାଇଁ ଭୋଟ୍ ଦେବାର ଅଧିକାର ମିଳେ, ତେବେ ପାକିସ୍ତାନର ଲୋକମାନେ ନିଜ ଦେଶ ଛାଡି ଅନ୍ୟ ଦେଶକୁ ଭୋଟ୍ ଦେବେ। ଏହି ସମୟରେ କିଛି ଲୋକ ମଧ୍ୟ କ୍ଷୋଭ ପ୍ରକାଶ କରି  କହିଥିଲେ ଯେ ବାଂଲାଦେଶକୁ ଜି -୨୦ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ପାକିସ୍ତାନକୁ ନିମନ୍ତ୍ରଣ କରାଯାଇ ନାହିଁ । ସେ କହିଛନ୍ତି ଯେ ଏହା ଆମ ପାଇଁ ବହୁତ ଲଜ୍ଜାଜନକ ବିଷୟ, କାରଣ ବାଂଲାଦେଶ ଆମଠାରୁ ହିଁ ଆଜାଦ୍ ହେଲା କିନ୍ତୁ ସେ ଉନ୍ନତି ପଥରେ ଆଗେଇ ଗଲା ଆମେ ପଛରେ ରହିଗଲୁ ।

 

Leave A Reply

Your email address will not be published.