Latest Odisha News

BREAKING NEWS

ପାର୍ଟି ବଡ଼ ନା ମାଟି: ବିଜେପିର ପ୍ରଶ୍ନ, ବିଜେପିକୁ ପ୍ରଶ୍ନ ..

ଭୁବନେଶ୍ୱର: ପାର୍ଟି ବଡ଼ ନା ମାଟି? ଏମିତିରେ ତ’ ରାଜନୀତିରେ ଏହି କଥାଟି ବାରମ୍ବାର ଉତ୍ଥାପନ ହେଉଛି। ତେବେ, ବିଜେପି ନେତୃତ୍ୱାଧୀନ ଶାସକ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପାର୍ଥି କରାଯିବା ପରେ, ସେ ଓଡ଼ିଶାର ହୋଇଥିବାରୁ ଓଡ଼ିଶା ତାଙ୍କୁ କଂଗ୍ରେସ ସମର୍ଥନ ଦେବା ଉଚିତ୍ କହି, ପାର୍ଟି ବଡ଼ ନା ମାଟି ବଡ଼ ପ୍ରସଙ୍ଗଟିକୁ ଏବେ ଜୋରଦାର ଉଠାଉଛି ଓଡ଼ିଶା ବିଜେପି। ତେବେ ଏଠି ଏକ ପ୍ରଶ୍ନ ଉଠୁଛି, ଯଦି କଂଗ୍ରେସ ବା ୟୁପିଏ ପକ୍ଷରୁ ଯଦି କେହି ଜଣେ ଓଡ଼ିଆଙ୍କୁ ପ୍ରାର୍ଥୀ କରାଯାଇ ଥାଆନ୍ତା, ଏବଂ ବିଜେପି ବା ଏନଡିଏ ଯଦି ଜଣେ ଅଣ ଓଡ଼ିଆଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥାଆନ୍ତା, ତେବେ ଓଡ଼ିଶା ବିଜେପି କ’ଣ ପାର୍ଟି ପଛ, ମାଟି ବଡ଼ କହି, କେନ୍ଦ୍ର ବିଜେପି ବିରୋଧରେ ଯାଇ କଂଗ୍ରେସର ଓଡ଼ିଆ ପ୍ରାର୍ଥକୁ ସମର୍ଥନ ଦେଇଥାଆନ୍ତା ?

“ପାର୍ଟି ବଡ଼ ନା ମାଟି” କଥା କହିଲେ, “ଆଗ ମାଟି ପରେ ପାର୍ଟି, ଏଇଠି ଜନମ ଏଇଠି ମରଣ” କଥା କହି ବିଧାୟକ ପଦକୁ ପଦାଘାତ କରିଥିବା ତତ୍କାଳୀନ ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ କଥା ଉଠୁଛି। ଆଗ ମାଟି ପରେ ପାର୍ଟି। ଏଇଠି ଜନମ ଏଇଠି ମରଣ। ଏଇ ରାଉରକେଲା ମାଟିରେ ଜନ୍ମ ନେଇଛି, ଦିନେ ଏଇ ରାଉରକେଲା ମାଟିରେ ମରିବି। ପାର୍ଟି, ବିଧାୟକ, ମନ୍ତ୍ରୀ ହେବା କିମ୍ବା ରାଜନୀତି କରିବା ମୋର ପ୍ରାଥମିକତା ନୁହଁ । ରାଉରକେଲା ପାଇଁ କିଛି କରିବା ମୋର ଉଦ୍ଦେଶ୍ୟ। ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ପାରିବିନି। ତେଣିକି ଆବଶ୍ୟକ ପଡ଼ିଲେ ବାଧ୍ୟ ହୋଇ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବି। ଏପରି କହି ସତକୁ ସତ ଚରମ ପଦକ୍ଷେପ ନେଇ ବିଧାୟକ ପଦ ଛାଡ଼ି ଦେଇଥିଲେ ଦିଲ୍ଲୀପ ରାଏ ।

ଦିଲ୍ଲୀପ କହିଥିଲେ, ମୁଁ ତ’ ମୋ ନିଜ ପାଇଁ କିଛି ମାଗୁନି, ଯାହା କହୁଛି ରାଉରକେଲା ପାଇଁ। ରାଉରକେଲାର ବିଧାୟକ ହିସାବରେ ରାଉରକେଲା ପାଇଁ ଚିନ୍ତା କରିବା ମୋର କର୍ତ୍ତବ୍ୟ। ମୁଁ ବିଶେଷ କିଛି ମାଗିନି। ରାଉରକେଲା ପାଇଁ ଦୀର୍ଘ ଦିନର ଦୁଇଟି ଦାବି, ପ୍ରଥମତଃ ଦୂତୀୟ ବ୍ରାହ୍ମଣୀ ସେତୁର ନିର୍ମାଣ ଏବଂ ଦୂତୀୟରେ ଆଇଜିଏଚକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କରିବା ନେଇ ବାରମ୍ବାର ବିଜେପିର ତୁଙ୍ଗ ନେତୃତ୍ୱଙ୍କ ଆଗରେ ଦାବି ଉଠାଇ ସାରିଲେଣି। ମାସକର ଅଧା ଦିନ କେବଳ ଏହି ସମସ୍ୟା ଜଣାଇବାରେ ଚାଲିଯାଉଛି। କିନ୍ତୁ, କିଛି ଫଳ ମିଳୁନି। କେବଳ ସମୟ ଗଡ଼ିଆ ଯାଉଛି। କାଲି କାଲି କହି ସମୟ ଅତ୍ୟବାହିତ କରାଯାଉଛି । ଦିଲ୍ଲୀପଙ୍କ କହିବା କଥା ଥିଲା, ନରେନ୍ଦ୍ର ମୋଦି “ସବକା ସାଥ ସବକା ବିକାଶ” କଥା କହୁଛନ୍ତି । ବିଶେଷ ଭାବରେ “ଲୁକ୍ ଇଷ୍ଟ” ଯୋଜନାରେ ଉତ୍ତର ପୂର୍ବାଞ୍ଚଳର ବିକାଶ କଥା କହୁଛନ୍ତି । ସେହି ଯୋଜନାର ଅନ୍ତର୍ଭୁକ୍ତ ରାଉରକେଲାର ସମସ୍ୟା ନେଇ ବାରମ୍ବାର ଅବଗତ କରାଇବା ସତ୍ତ୍ୱେ କାହିଁକି କେହି ଧ୍ୟାନ ଦିଆଯାଉ ନାହିଁ ? ଏହା ଦ୍ୱାରା ରାଉରକେଲା ସମେତ ସଂପୂର୍ଣ୍ଣ ସୁନ୍ଦରଗଡ଼ ଅଞ୍ଚଳରେ ଲୋକଙ୍କ ଭିତରେ ବିଜେପି ପ୍ରତି ଏକ ଖରାପ ଧାରଣା ସୃଷ୍ଟି ହେଉଛି । ଦିଲ୍ଲୀପ ସନ୍ଦେହ କରି କହିଥିଲେ, ଏ’ ସବୁ ପଛରେ ଓଡ଼ିଶା ବିଜେପିର ଜଣେ ପ୍ରଭାବୀ ବ୍ୟକ୍ତି ବାଧକ ସାଜିଛି । ତାଙ୍କରି ଯୋଗୁଁ କଥା ଆଗକୁ ବଢ଼ି ପାରୁନି। ତେବେ, ସେତେବେଳେ ଏଠି କାହା ପାଇଁ କେଉଁଟା ବଡ଼ ଥିଲା ? ପାର୍ଟି ନାଁ ମାଟି ?

Leave A Reply

Your email address will not be published.