ଭୁବନେଶ୍ବର: ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ନିଲମ୍ବନ କରିବା ଦାବିରେ ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡେ ମୁହାଁଇଥିଲା ଯୁବ କଂଗ୍ରେସ । ହେଲେ ଅଧା ବାଟରୁ ହିଁ ଉଠାଇ ନେଇଥିଲା ପୋଲିସ୍ ।
ତେବେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିବା ନେଇ ପ୍ରତବାଦ କରିଛି କଂଗ୍ରେସ । ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ଲୋୟର ପିଏଜି ସ୍ଥିତ ସରକାରୀ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଥିଲା । ହେଲେ ଏଥିରେ ସେ ବିଫଳ ହୋଇଥିଲା ।
ତେବେ ମଙ୍ଗଳବାର ବିଧାନସଭାରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ହୋଇଥିବା ହାତାହାତି ମଧ୍ୟରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଅଶ୍ଳୀଳ ଭାଷାରେ ଗାଳି କରିଥିବା ନେଇ ଅଭିଯୋଗ କରିଥିଲା କଂଗ୍ରେସ । ଯାହାକୁ ନେଇ, ମନ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ, ବାଚସ୍ପତିଙ୍କୁ କଂଗ୍ରେସ ସଦସ୍ୟ ଚିଠି ମଧ୍ୟ ଲେଖିଥିଲେ । ହେଲେ ଘଟଣା ପୂରା ଓଲଟିଥିଲା । ବାରମ୍ବାର ଗୃହରେ ହଟ୍ଟଗୋଳ କରି ଗୃହ ଚଲାଇ ନ ଦେବାରୁ କଂଗ୍ରେସ ଜୟପୁର ବିଧାୟକ ତାରା ବାହିନୀ ପତିଙ୍କୁ ଗୃହରୁ ୭ ଦିନ ପାଇଁ ନିଲମ୍ବନ କରିଥିଲେ ବାଚସ୍ପତି । ଯାହାକୁ ବିରୋଧ କରି ଆଜି ପ୍ରଶ୍ନକାଳକୁ ବୟକଟ କରିଥିଲା କଂଗ୍ରେସ । ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ଜଳେ ଧାରଣାରେ ବସିଥିଲେ ।
Comments are closed.