Latest Odisha News

BREAKING NEWS

ଘର ଛାଡିବାକୁ କହିବାରୁ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ନିର୍ମାମ ହତ୍ୟା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ଗାଁ ଶଅର ସାହିରେ ହତ୍ୟା । ଘର ଛାଡିବାକୁ କହିବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା କଲା ମଦ୍ୟପ ଯୁବକ । ମୃତକ ଜଣଙ୍କ ହେଉଛନ୍ତି ବାଉଁଶପାଳ ଶଅରସାହିର ରୋହିତ ପ୍ରଧାନ ।

ସୂଚନା ଅନୁସାରେ, ରୋହିତ ଆଜକୁ ବର୍ଷେ ତଳେ ଅଭିଯୁକ୍ତ ନିର ଭୂତିଆ ଓ ତାଙ୍କ ସ୍ତ୍ରୀ ପପିନା ଭୁତିଆକୁ ନିଜ ଘରେ ୪ ମାସ ପାଇଁ ଆଶ୍ରୟ ଦେଇଥିଲେ । ମାତ୍ର ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା ନିର ଘର ଛାଡ଼ି ନଥିଲେ । ଯାହାକୁ ନେଇ ରୋହିତ ତାଙ୍କୁ ଘର ଛାଡିବା କହିବାରୁ ରୋହିତଙ୍କୁ ନିର ଏକ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲା । ଅନ୍ୟପଟେ ଅଭିଯୁକ୍ତ ନିର ବିରୋଧରେ ସ୍ତ୍ରୀ ପପିନା ମଧ୍ୟ ସଙ୍ଗିନ ଅଭିଯୋଗ କରିଛନ୍ତି । ବିବାହ ଦିନଠାରୁ ସ୍ୱାମୀ ନିର ତାଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ । ପର ପୁରୁଷ ସହିତ ସମ୍ପର୍କ ଥିବା ନେଇ ପପିନାଙ୍କୁ ବାରମ୍ବାର ମାଡ଼ ମାରୁଥିଲେ ନିର । ତେଣୁ ସ୍ୱାମୀ ନିରକୁ କଠୋର ଦଣ୍ଡ ଦେବାକୁ ସ୍ତ୍ରୀ ପପିନା ଦାବି କରିଛନ୍ତି ।

ସେପଟେ ହତ୍ୟା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଘରେ ଆଶ୍ରୟ ଦେଇଥିବା ଲୋକକୁ ହତ୍ୟା ନେଇ ପୋଲିସର ତନାଘନା ଜାରି ରହିଛି । ତେବେ ଅଭିଯୁକ୍ତ ନିର ନିକଟସ୍ଥ ଗାଁ ପାଖ ଜଙ୍ଗଲରେ ଲୁଚି ରହିଥିବା ବେଳେ ମାଡି ବସିଥିଲା ପୋଲିସ । ଅଭିଯୁକ୍ତକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.