Latest Odisha News

ଫେରିଲା କରୋନା, ଫେରିଲା ମାସ୍କ : ରାଜ୍ୟରେ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ

ଭୁବନେଶ୍ବର : କରୋନା କଡ ଲେଉଟାଇବା ପରେ ତତ୍ପର ହେଲା ସ୍ବାସ୍ଥ୍ୟ ବିଭାଗ  । ଆଜି ରାଜ୍ୟରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତତ୍ପରତା ପ୍ରକାଶ ପାଇଛି । କରୋନା ପାଇଁ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।

ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଘରୁ ବାହାରକୁ କୁଆଡେ ଯାଉଥିଲେ , ମାସ୍କ ପରିଧାନ କରି ଯିବାକୁ କୁହାଯାଇଛି । ଏଭଳି ଲୋକଙ୍କୁ ଜନଗହଳି ପୂର୍ଣ୍ଣ ଜାଗାକୁ ବି ଯିବାକୁ ବାରଣ କରାଯାଇଛି । ଶେଷ ଥର ଲାଗି ଡିସେମ୍ବର ୩ରେ ରାଜ୍ୟରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଜଣେ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ।

Leave A Reply

Your email address will not be published.