Latest Odisha News

BREAKING NEWS

ଭାରତର ଏହି ସ୍ଥାନରେ ଖୁବ୍ ଧୁମଧାମରେ ପାଳନ କରାଯାଏ ଖ୍ରୀଷ୍ଟମାସ୍, ଆପଣ ମଧ୍ୟ ଚାହିଁଲେ ହୋଇପାରିବେ ସାମିଲ

ଭୁବନେଶ୍ଵର: ଶାନ୍ତି, ପ୍ରେମ ଓ ଖୁସିର ବାର୍ତ୍ତା ନେଇ ପ୍ରତିବର୍ଷ ୨୫ ଡିସେମ୍ବରରେ ମେରୀ ଖ୍ରୀଷ୍ଟମାସ ପାଳନ କରାଯାଏ । ପ୍ରତିବର୍ଷ ପ୍ରଭୁ ଯୀଶୁଙ୍କ ଜନ୍ମଦିନରେ ସାଣ୍ଟା କ୍ଲଜ୍ ମଧ୍ୟ ଖୁସି ବଣ୍ଟନ କରନ୍ତି ଏବଂ ପିଲାମାନଙ୍କୁ ଉପହାର ଦିଅନ୍ତି । ଲମ୍ବା ଧଳା ଦାଢ଼ି, ନାଲି ପୋଷାକ, ହାତରେ ଜିଙ୍ଗଲ୍ସ ବେଲ୍ ଏବଂ ପିଠିରେ ଏକ ଉପହାର ପେଡ଼ି ପକାଇ ଆସନ୍ତି ସାଣ୍ଟା କ୍ଲଜ୍ । ତେବେ ଖ୍ରୀଷ୍ଟମାସ ପାଳନ ତ ପ୍ରାୟତଃ ସବୁଠାରେ ହୋଇଥାଏ । କିନ୍ତୁ ଆମଦେଶରେ ଏପରି ଅନେକ ସ୍ଥାନ ରହିଛି ଯେଉଁଠାରେ ଖ୍ରୀଷ୍ଟମାସ ବହୁତ ଧୁମଧାମରେ ପାଳନ କରାଯାଏ । ଆସନ୍ତୁ ଜାଣିବା ସେହି ସ୍ଥାନ ବିଷୟରେ ।

ଗୋଆ

ଗୋଆରେ ସବୁବେଳେ କିଛି ଫେଷ୍ଟିଭାଲ ପାଳନ କରାଯାଏ । କିନ୍ତୁ ଡିସେମ୍ବରରେ ସବୁଠାରୁ ଅଧିକ ଫେଷ୍ଟିଭାଲ ଏଠାରେ ପାଳନ କରାଯାଏ । ଡିସେମ୍ବର ମାସ ଆରମ୍ଭରେ ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି । ନୂଆବର୍ଷର ଛୁଟି ବିତାଇଥାନ୍ତି । ଗୋଆରେ ରାତ୍ରି ସମୟ ସବୁଠାରୁ ଅଲଗା । ଏଠାରେ ଖ୍ରୀଷ୍ଟମାସ ମଧ୍ୟ ବହୁ ଆଡମ୍ବର ସହକାରେ ପାଳନ କରାଯାଏ । କେବଳ ଯେ ଚର୍ଚ୍ଚ ତାହା ନୁହେଁ ରାସ୍ତାଘାଟ ଠୁ ଆରମ୍ଭ କରି ବହୁ ବଡ ବଡ ଅଟ୍ଟାଳିକା ମଧ୍ୟ ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଥାଏ |

ପଣ୍ଡିଚେରୀ

ପଣ୍ଡିଚେରୀକୁ ଭାରତର “ଲିଟିଲ୍ ଫ୍ରାନ୍ସ” ମଧ୍ୟ କୁହାଯାଏ | ଫରାସୀ ଲୋକମାନେ ଏଠାରେ ଦୀର୍ଘ ସମୟ ଶାସନ କରିଥିଲେ। ଏଠାରେ ବହୁ ସଂଖ୍ୟକ ଖ୍ରୀଷ୍ଟିଆନ ଲୋକ ବାସ କରନ୍ତି । ତେଣୁ ଏଠାରେ ଖ୍ରୀଷ୍ଟମାସ ବହୁତ ଧୁମ୍ ଧାମ୍ ରେ ପାଳନ କରାଯାଏ ।

ସିକ୍କିମ୍

ଆପଣ ଉତ୍ତର ପୂର୍ବ ସିକ୍କିମକୁ ଆସି ଖ୍ରୀଷ୍ଟମାସର ମଜା ଉଠାଇପାରିବେ । ଡିସେମ୍ବର ମାସରେ ସିକ୍କିମରେ ଅତ୍ୟଧିକ ଥଣ୍ଡା ଅନୁଭୁତ ହୋଇଥାଏ । ଅନ୍ୟପଟେ ଖ୍ରୀଷ୍ଟମାସ ପର୍ବ ମଧ୍ୟ ଏଠାରେ ବହୁତ ଭଲ ଭାବରେ ପାଳନ କରାଯାଏ |

କେରଳ

କେରଳ ହେଉଛି ଭାରତୀୟମାନଙ୍କର ସବୁଠାରୁ ପ୍ରିୟ ସହର | ପ୍ରାୟତଃ ସମୟରେ ଲୋକମାନେ ଏଠାକୁ ଭ୍ରମଣ ଜାରି ରଖିଥାନ୍ତି । ତେବେ ଖ୍ରୀଷ୍ଟମାସ ହେଉଛି ଏଠାକୁ ବୁଲାବୁଲି କରିବାକୁ ଯିବାର ସର୍ବୋତ୍ତମ ସମୟ | ଖ୍ରୀଷ୍ଟିଆନ ଧର୍ମର ବହୁ ସଂଖ୍ୟକ ଲୋକ ଏଠାରେ ବାସ କରନ୍ତି | ଏଠାରେ ଥିବା ପ୍ରତ୍ୟେକ ଚର୍ଚ୍ଚରେ ଏହି ପର୍ବ ବଡ ଧୁମ୍ ଧାମ୍ ରେ ପାଳନ କରାଯାଏ ।

Leave A Reply

Your email address will not be published.