Latest Odisha News

BREAKING NEWS

ପାଣି ପାଇଁ ଗାଁ ଦାଣ୍ଡରେ ମହିଳାଙ୍କୁ ବିଭତ୍ସ ହତ୍ୟା

ପଦ୍ମପୁର: ପାଣି ପାଇଁ ଜୀବନ ଗଲା । ଗାଁ ଦାଣ୍ଡରେ ଯୁବକଙ୍କ ଟାଙ୍ଗିଆ ଚୋଟରେ ମହିଳାଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ପଦ୍ମପୁର ଥାନା ଲୋହାରପାଲି ପଞ୍ଚାୟତ ଗମ୍ଭାରିଡ଼ିହି ଗାଁରେ । ଗାଁର ଜଣେ ମହିଳା ନଳକୂପରୁ ପାଣି ନେଇ ଯାଉଥିବା ସମୟରେ ସେହି ଗାଁର ଜଣେ ଯୁବକଙ୍କ ସହ କଥା କଟାକଟି ହୋଇଛିଲା ।

ଏଥିରେ ଉତକ୍ଷିପ୍ତ ହୋଇ ପଡ଼ିଥିଲେ ଯୁବକ ଜଣଙ୍କ । ଅଭିଯୁକ୍ତ ଦେବାଶିଷ ବାରିକ ଟାଙ୍ଗିଆରେ ମହିଳାଙ୍କୁ ଆକ୍ରମଣ କରିଥିଲେ । ଗାଁ ଦାଣ୍ଡରେ ସମସ୍ତଙ୍କ ଆଖି ସାମ୍ନାରେ ଚୋଟ ପରେ ଚୋଟ ପକାଇ ଚାଲିଥିଲେ । ପଦ୍ମପୁର ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.