Latest Odisha News

BREAKING NEWS

କୂଅରୁ ୪ଦିନ ପରେ ଯୁବକ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ;୪ଅଭିଯୁକ୍ତ ଗିରଫ

ବରଗଡ:ପରିତ୍ୟକ୍ତ କୂଅରୁ ୪ଦିନ ପରେ ଯୁବକ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଏହି ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ପଦ୍ମପୁର ଶକ୍ତିନଗର ନିବାସୀ ବାବୁଲୁ ମନହୀରା, ବିଜେପୁର ଭୋଇପଡାର ଶକ୍ତି ବେହେରା, ବିଜେପୁର ମଧ୍ୟପଡାର ତ୍ରିନାଥ ମହାପାତ୍ର ଏବଂ ବିଜେପୁରର ମହମ୍ମଦ ଆକମଲ୍ ରଜାକ୍ ।

ଗୁରୁବାର ପରିତ୍ୟକ୍ତ କୂଅରୁ ପଦ୍ମପୁର ଉପଖଣ୍ଡ ପୁରେନା ଗ୍ରାମର ତୁଳସୀରାମ ବରିହାଙ୍କୁ ନିଖୋଜ ହେବାର ୪ଦିନ ପରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ଅଭିଯୁକ୍ତମାନେ ନିସ୍ତୁକ ମାଡ଼ ପରେ ମୃତ ଭାବି କୂଅକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା।

ସୂଚନାଥାଉକି, ସମଲାଇପଦର ଗାଁର ଜଣେ ବ୍ୟକ୍ତି କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ କୂଅରେ ପଡ଼ି ଥିବା ବ୍ୟକ୍ତିଙ୍କ ପାଟି ଶୁଣି ଗାଁରେ ଜଣାଇଥିଲେ । ପରେ ଗ୍ରାମବାସୀ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତୁଳସୀରାମଙ୍କୁ ଉଦ୍ଧାର କରି ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ।

Comments are closed.