Latest Odisha News

BREAKING NEWS

ଯୁବକଙ୍କ ଶିବାଜୀଙ୍କ ପ୍ରତି ସମ୍ମାନ: ନିଜ ଅଟୋରେ ନିର୍ମାଣ କଲେ ପ୍ରତିକାତ୍ମକ ଦୁର୍ଗ

କୁହାଯାଏ, ଯଦି ତୁମର ଦକ୍ଷତା ଅଛି ତେବେ ତୁମ ପାଇଁ କିଛି ବି ଅସମ୍ଭବ ନୁହେଁ । ଦୁନିଆରେ ସୃଜନଶୀଳ ଲୋକମାନଙ୍କର କୌଣସି ଅଭାବ ନାହିଁ । ସେହିପରି ସୃଜନଶୀଳତା ଏବଂ ଚିନ୍ତାଧାରାର ମିଶ୍ରଣ ପରିଣାମ ଯାହା ଅଛି ତାକୁ କେହି ବି ଆକଳନ କରିପାରିବେ ନାହିଁ । କିଛି ଲୋକ ସେମାନଙ୍କର ସୃଜନଶୀଳତା ଏବଂ ଚିନ୍ତାଧାରାର ଆଧାରରେ କିଛି କରି ସଫଳ ହୁଅନ୍ତି, ଯାହାକୁ ଦେଖିଲେ ଆପଣ ପ୍ରଶଂସା କରିବାକୁ ପଛାଇବେ ନାହିଁ । ଏବେ ଏମିତି ଜଣେ ଯୁବକ ନିଜ ଅଟୋକୁ ଚମତ୍କାର ଦୁର୍ଗରେ ପରିଣତ କରି ଚର୍ଚ୍ଚାକୁ ଆସିଛନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ନିଜର ସଉକ ପାଇଁ ସେ ତାଙ୍କ ଅଟୋକୁ ଛତ୍ରପତି ଶିବାଜୀଙ୍କ ଦୁର୍ଗ ଆକାରରେ ପରିଣତ କରିଛନ୍ତି । ଛାତରୁ ଚଟାଣ, ଡ଼ୋର, ପଛ ପାର୍ଶ୍ୱ ଏବଂ ଅଟୋ ଆଗରେ ସବୁକିଛି ଦୁର୍ଗ ପରି ଦେଖାଯାଉଛି । ଏହା ଆଗରେ ଶିବାଜୀଙ୍କ ଏକ ଛୋଟ ଛୋଟ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରିଛନ୍ତି । ଅଟୋରେ ଏପରି କଳାକୃତି ଦେଖି ଲୋକମାନେ ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି । ଏହାକୁ ହଠାତ ଦେଖିଲେ ଏହା ଏକ ପ୍ରଦର୍ଶନର ଅଂଶ ଭାବରେ ବିବେଚନା କରାଯାଇପାରେ, ଯାହାକି ମହାରାଜାଙ୍କ କାହାଣୀ ବଖାଣିିଥାଏ । ଯୁବକଙ୍କ ସୃଜନଶୀଳତା ଏବଂ ଶିବାଜୀଙ୍କ ପ୍ରତି ଭକ୍ତି ଦେଖି ଲୋକେ ଖୁବ ପସନ୍ଦ କରୁଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.