Latest Odisha News

BREAKING NEWS

ଶିଶୁ କବିତା : ପ୍ରକୃତି କହେ

ଆନନ୍ଦ କୁମାର ମେହେର 

ବିଶାଳ ଆକାଶ କହୁଅଛି ଶୁଣ
ମୋ ସମାନ ହେଉ ତୁମ ହୃଦୟ
ଗମ୍ଭୀର ଅଚଳ ପର୍ବତ କହୁଛି
ମୋ ସମାନ ହୁଅ ତୁମେ ନିର୍ଭୟ ।

ମିଟି ମିଟି କରି ତାରକା କହଇ
ଅଜ୍ଞାନ ଅନ୍ଧାରେ ଦେଖାଅ ବାଟ
ନୀଳସାଗରର ତରଙ୍ଗ କହଇ
ପରମ ଉମଙ୍ଗେ ଜୀବନ କାଟ ।

ଧରଣୀ ନୀରବେ ଦିଅଇ ବାରତା
ହୋଇଯାଅ ତୁମେ ସହନଶୀଳ
ଚନ୍ଦ୍ର ମନ୍ଦ ମନ୍ଦ ହସି କହୁଅଛି
ସର୍ବଜନ ହୁଅ ଶାନ୍ତ ସୁଶୀଳ ।

ଲକ୍ଷ୍ୟ ଯାଏଁ ତୁମେ ହୁଅ ଅଗ୍ରସର
ଶିକ୍ଷା ଦେଉଛନ୍ତି ନଦୀ ସରବେ
ସର୍ବସ୍ବ ନିଜର ପରେ ଦିଅ ଦାନ
ଏକା କହିପାରେ ବୃକ୍ଷ ଏ ଭବେ ।

(ଅଧ୍ୟାପକ, ଆଗଲପୁର, ବଲାଙ୍ଗିର ୭୬୭୦୨୨)

 

Leave A Reply

Your email address will not be published.