Latest Odisha News

BREAKING NEWS

ଦିଲ୍ଲୀ ବିଲ୍ ରାଜ୍ୟ ସଭାରେ ପାସ ହେବା ନିଶ୍ଚିତ: ସଂସଦରେ ସରକାରଙ୍କୁ ସମର୍ଥନ ଦେବ ୱାଇଏସଆର

ନୂଆଦିଲ୍ଲୀ: ମୋଦି ସରକାରଙ୍କୁ ଦିଲ୍ଲୀ ବିଲ୍ ରାଜ୍ୟ ସଭାରେ ପାସ୍ ହେବା ନେଇ ସମ୍ଭାବନା ଦେଖା ଦେଇଛି । କାରଣ ମୋଦି ସରକାରଙ୍କୁ ଏହି ମାମଲାରେ ୱାଇଏସଆରର ସାଥ ମିଳିଛି । ୱାଇଏସଆର ନେତା ବିଜୟସାଇ ରେଡ୍ଡି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ ଦେଇ କହିଛନ୍ତି, ଦିଲ୍ଲୀ ବିଲ୍‌ ସହ ଜଡିତ ଅଧ୍ୟାଦେଶ ଉପରେ ତାଙ୍କ ଦଳ କେନ୍ଦ୍ର ସରକାରଙ୍କ ପକ୍ଷରେ ରହିଛି । ଏପରିକି ମୋଦି ସରକାର ବିରୋଧରେ ହେଉଥିବା ଅନାସ୍ଥା ପ୍ରସ୍ତାବକୁ ମଧ୍ୟ ସେ ବିରୋଧ କରିବେ ।
ଏଠି କହିରଖିବୁ, ରାଜ୍ୟ ସଭାରେ ୱାଇଏସଆରର ୯ ଜଣ ସାଂସଦ ଅଛନ୍ତି । ସେମାନେ ଉଭୟ ପ୍ରସଙ୍ଗରେ ସରକାରଙ୍କ ସପକ୍ଷରେ ଭୋଟ ଦେବେ ବୋଲି କହିଛନ୍ତି । ୱାଇଏସଆରର ସମର୍ଥନ ମିଳିଲା ପରେ ଲୋକସଭାରେ ୨୨ ସଂସଦ ଅଛନ୍ତି ଏବଂ ସେମାନେ ଅନାସ୍ଥା ପ୍ରସ୍ତାବ ବିପକ୍ଷରେ ଭୋଟ ଦେବେ ।
ୱାଇଏସଆରର ସମର୍ଥନ ପୂର୍ବରୁ ରାଜ୍ୟ ସଭାରେ ସରକାରଙ୍କ ସଂଖ୍ୟା ୧୧୨ ଥିଲା । ଏହା ମ୍ୟାଜିକ ନମ୍ବରଠାରୁ ୮ କମ ଥିଲା । ଦଳର ୯ ଜଣ ସାଂସଦ ସରକାରଙ୍କ ସପକ୍ଷରେ ଭୋଟ ଦେବେ । ତେଣୁ ୧୨୧ ଭୋଟ ଏବେ ଦିଲ୍ଲୀ ବିଲ ସମର୍ଥନରେ ପଡିବ । ଯାହା ମ୍ୟାଜିକ ନମ୍ବରଠାରୁ ୧ ଅଧିକ ।

ଏହା ବ୍ୟତିତ ଜେଡିଏସ, ଟିଡିପି, ବିଏସପି ମଧ୍ୟ ସରକାରଙ୍କୁ ସମର୍ଥନ ଦେବାର ସମ୍ଭାବନା ରହିଛି । ଏହି ତିନି ଦଳର ଜଣେ ଲେଖାଏ ସାଂସଦ ରହିଛି । ତେଣୁ ସରକାରଙ୍କ ସମର୍ଥନରେ ୧୨୪ ଭୋଟ ପଡିବାର ସମ୍ଭାବନା ରହିଛି । ତେବେ ବିଜେଡି ଯଦି ସଂସଦ ୱାକ  ଆଉଟ କରିବ ତେବେ ବହୁମତ ସଂଖ୍ୟା ୧୧୫ ରହିବ । ଆଉ ବିଜେଡି ଭୋଟ ବର୍ଜନ କଲେ ବିଲ ପାସ କରିବା ନେଇ ସରକାରଙ୍କ ପାଇଁ କୌଣସି ସମସ୍ୟା ରହିବ ନାହିଁ ।

 

Leave A Reply

Your email address will not be published.