Latest Odisha News

ମହାନଦୀକୁ ଡ଼େଇଁ ଯୁବକ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ସମ୍ବଲପୁର: ମହାନଦୀ ବ୍ରିଜରୁ ଡେଇଁଲେ ଯୁବକ। ସମ୍ବଲପୁର ଚାଉଁପୁର ମହାନଦୀ ବ୍ରିଜ ଉପରୁ ଡେଇଁ ଯୁବକ ନିଖୋଜ। ନିଖୋଜ ଯୁବକ ହେଲେ ସମରିନ୍‌ ପ୍ରଧାନ। ତେବେ ଆତ୍ମହତ୍ୟା ପଛର କାରଣ କ’ଣ ଏନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସମରିନ୍‌ ସ୍କୁଟି ନେଇ ଆସି ଚାଉଁରପୁର ପୋଲ ଉପରେ ଗାଡ଼ି ରଖିଥିଲେ। ପରେ ଚପଲ ଓ ମୋବାଇଲ ଫୋନ ରଖି ପୋଲ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ।  ରାତି ଅଧିକ ହୋଇଯାଇଥିବାରୁ ଅଗ୍ନିଶମ ବାହିନୀ ଯୁବକଙ୍କୁ ଖୋଜାଖୋଜି କରିପାରିନଥିଲା । ତେବେ ଆଜି ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଖୋଜାଖୋଜି କରୁଛନ୍ତି । ସେପଟେ ହୀରାକୁଦର ୧୨ଟି ଗେଟ ଖୋଲାଥିବାବେଳେ ପାଣି ସ୍ରୋତ ଅଧିକ ଥିବାରୁ ଖୋଜାଖୋଜି ସମ୍ଭବପର ହୋଇ ପାରୁନାହିଁ । ତଥାପି ଖୋଜାଖୋଜି ପାଇଁ ଅଗ୍ନିଶମ ବାହିନୀ ଚେଷ୍ଟା ଚଳାଇଛି।

ସମରିନ୍‌ଙ୍କ ଘର ନାକଟିଦେଉଳ ବ୍ଲକ ଅନ୍ତର୍ଗତ ପାଟୁଳିଢିପ ଗାଁରେ ବୋଲି ସୂଚନା ମିଳିଛି । ସେ ନିଜ ସ୍ତ୍ରୀ ଓ ୨ ପିଲାଙ୍କ ସହ ସମ୍ବଲପୁରରେ ଘର ଭଡା ନେଇ ରହୁଥିଲେ । ସମ୍ବଲପୁରରେ ଏକ ଘରୋଇ ଶିଳ୍ପ ସଂସ୍ଥାରେ ଚାକିରି କରୁଥିଲେ ସମରିନ୍‌ । ତେବେ ସେ କାହିଁକି ଏପରି କଲେ ତାର କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

Leave A Reply

Your email address will not be published.