Latest Odisha News

BREAKING NEWS

ଜିମ୍ବାୱେର ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ: ହେନେରୀ ଓଲଙ୍ଗା

ମୁମ୍ବାଇ : ଆଜି ଜିମ୍ବାଓ୍ବେର ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକଙ୍କର ମୃତ୍ୟୁ ଖବର ପ୍ରଚାର ହୋଇଥିଲା  । ଯାହାକି ଏବେ ଗୁଜବ ବୋଲି ଜଣାପଡିଛି  । ୪୯ବର୍ଷୀୟ ହିଥ୍  କ୍ୟାନସର୍ ରେ ପୀଡ଼ିତ ଅଛନ୍ତି । ହିଥ୍ ଷ୍ଟ୍ରିକଙ୍କ ଜଣେ ସାଥି ଖେଳାଳୀ ହେନେରୀ ଓଲଙ୍ଗା ତାଙ୍କ ଅଫିସିଆଲ ଟ୍ବିଟର ଆକାଉଣ୍ଟରୁ ସେୟାର କରିଛନ୍ତି ଯେ ହିଥଙ୍କ ମୃତ୍ୟୁ ସହିତ ଜଡିତ ଖବର ସମ୍ପୂର୍ଣ୍ଣ ମିଥ୍ୟା । ସେ ଜୀବିତ ଅଛନ୍ତି  ।  ହେନେରୀ ଓଲଙ୍ଗା ନିଜେ ହିଥଙ୍କ ସହ ଚାଟ୍ କରିଛନ୍ତି  । ଯାହାର ଏକ ସ୍କ୍ରିନ୍ ସଟ୍ ସେ ସେୟାର କରିଛନ୍ତି  ।  ଯେଉଁଥିରେ ଲେଖାଅଛି ଯେ ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ଖବରକୁ  ବହୁତ ବଢେଇ ଚଢେଇ କରି ପ୍ରସାରଣ କରାଯାଇଛି  । ମୁଁ  ଏବେ ତାଙ୍କ ସହ କଥା ହେଇଛି । ଆଉ ମୁଁ ନିଶ୍ଚିତ କରୁଛି ଯେ ହିଥଙ୍କ ଦେହାନ୍ତ ଖବର ଗୁଜବ  ।

ଆଜି ସକାଳେ ହିଥ ଷ୍ଟ୍ରକଙ୍କ ମୃତ୍ୟୁ ଖବର ଭାଇରାଲ ହୋଇଥିଲା  । ଯାହାକି କ୍ରିକେଟ ଜଗତକୁ ଏକ ବଡ ଝଟକା ଲାଗିଥିଲା  । ସୋସିଆଲ ମିଡିଆରେ ଏହି ଖବର ଜାଣିବା ପରେ ଅନେକ ଖେଳାଳୀ ଦୁଃଖ ପ୍ରକାଶ କରିଥିଲେ  । କିନ୍ତୁ ବର୍ତ୍ତମାନ ପ୍ରକୃତ ସତ୍ୟ ସାମ୍ନାକୁ ଆସିଛି ।

Leave A Reply

Your email address will not be published.