Latest Odisha News

BREAKING NEWS

ମଦ ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀଙ୍କ ବାସଭବନ ସମେତ ୩୨ଟି ସ୍ଥାନରେ ଇଡିର ଚଢାଉ

ରାଞ୍ଚି: ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀଙ୍କ ବାସଭବନ ସମେତ ୩୨ ସ୍ଥାନରେ ଇଡିର ଚଢାଉ। ମଦ ଏବଂ ଜମି ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କଡା କାର୍ଯ୍ୟାନୁଷ୍ଠାନ। ବୁଧବାର ରାଜ୍ୟ ଅର୍ଥମନ୍ତ୍ରୀ ରମେଶ୍ୱର ଉରାଁଓଙ୍କ ରାଞ୍ଚିସ୍ଥିତ ବାସଭବନ ସମେତ ୫ ସହରରେ ୩୨ଟି ସ୍ଥାନରେ ଇଡି ଚଢାଉ କରିଛି।

ରାଞ୍ଚି ବ୍ୟତୀତ ଧନବାଦ୍, ଦୁମକା, ଦେଓଘର, ଗୋଡ୍ଡା ଠାରେ ମଧ୍ୟ ଇଡି ଚଢାଉ କରିଛି। ପ୍ରାଥମିକ ଅନୁସନ୍ଧାନରେ ଇଡି ଜାଣିବାକୁ ପାଇଛି ଯେ ରାଜ୍ୟରେ ମଦ ବ୍ୟବସାୟରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଛି। ଇଡିର ଏଭଳି କାର୍ଯ୍ୟାନୁଷ୍ଠାନ ଯୋଗୁଁ ରାଜ୍ୟର ରାଜନୀତି ତୀବ୍ର ହୋଇଛି। ଅର୍ଥମନ୍ତ୍ରୀଙ୍କ ପୁଅଙ୍କ ଘରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କଂଗ୍ରେସ ବିଜେପି ସରକାର ଉପରେ ଜୋରଦାର ଆକ୍ରମଣ କରିଛି।

ଝାଡ଼ଖଣ୍ଡର ମଦ ଦୁର୍ନୀତି ମାମଲାରେ ଛତିଶଗଡର ସମ୍ପୃକ୍ତି ରହିଛି। ଛତିଶଗଡରେ ମଧ୍ୟ ମଦ ଦୁର୍ନୀତି ମାମଲାରେ ଇଡି ତଦନ୍ତ ଚାଲିଛି। କୁହାଯାଉଛି ଯେ ଝାଡ଼ଖଣ୍ଡ ସରକାର ଛତିଶଗଡର ଏକ ସରକାରୀ କମ୍ପାନୀକୁ ମଦ ବ୍ୟବସାୟରେ ପରାମର୍ଶଦାତା ଭାବରେ ନିଯୁକ୍ତ କରିଥିଲେ। ତେଣୁ ଛତିଶଗଡ଼ରେ ମଦ ବ୍ୟବସାୟରେ ବଡ଼ ଧରଣର ଅନିୟମିତତା ହୋଇଛି ବୋଲି ଅନୁସନ୍ଧାନକାରୀ ସଂସ୍ଥା ସନ୍ଦେହ କରୁଛି।

Leave A Reply

Your email address will not be published.