Latest Odisha News

BREAKING NEWS

ବଳାତ୍କାର ମାମଲାରେ କଠୋର ଦଣ୍ଡବିଧାନ ଲାଗି ସରକାର ପ୍ରସ୍ତୁତ: ରାଜନାଥ ସିଂ

ନୂଆଦିଲ୍ଲୀ: ବଳାତ୍କାରୀଙ୍କ ପାଇଁ ଆସିବ କଠୋର ଦଣ୍ଡବିଧାନ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଦିନ ଲୋକସଭାରେ ଏହା ପ୍ରକାଶ କରିଛନ୍ତି । ବଳାତ୍କାର ମାମଲାରେ ସମସ୍ତ ଦଳର ସଦସ୍ୟ ଯେତିକି କଠୋର ହେବାକୁ ଚାହୁଁଛନ୍ତି ସରକାର ସେଥିପାଇଁ ପ୍ରସ୍ତୁତ । ଏଥିପାଇଁ ସମସ୍ତ ସାଂସଦଙ୍କ ସମ୍ମତି କ୍ରମେ ଯେଉଁ କଠୋରତମ କାନୁନ ତିଆରି କରିବାକୁ କୁହାଯିବ ସେଥିପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ରଜନାଥ ସିଂ କହିଛନ୍ତି।

ହାଇଦ୍ରାବାଦର ୨୬ ବର୍ଷୀୟ ମହିଳା ପଶୁ ଡାକ୍ତରାଣୀଙ୍କ ଗଣ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ସାରାଦେଶ ମର୍ମାହତ ହୋଇଥିବା ବେଳେ ସୋମବାର ଦିନ ଏହାର ପ୍ରଭାବ ସଂସଦ ଭବନରେ ଦେଖିବାକୁ ମିଳିଛି ।

ଏହି ମାମଲାରେ ରାଜ୍ୟସଭାରେ ସାଂସଦ କଡା ଟିପ୍ପଣୀ ରଖିଛନ୍ତି। ଏପରିକି ସାଂସଦ ଜୟା ବଚ୍ଚନ ଦୋଷୀଙ୍କୁ ଲୋକମାନଙ୍କ ହାତରେ ଟେକି ଦେବାକୁ କହିଛନ୍ତି।

ସାଂସଦ ଜୟା ବଚ୍ଚନ କହିଛନ୍ତି ଯେ ଦୁଷ୍କର୍ମକାରୀମାନଙ୍କୁ ସର୍ବସାଧାରଣଙ୍କ ସାମ୍ନାକୁ ଆଣି ପିଟି ପିଟି ହତ୍ୟା କରାଯିବା ଉଚିତ।
ଦୁଷ୍କର୍ମ ମାମଲାର ଅଭିଯୁକ୍ତମାନଙ୍କ ସମ୍ପର୍କରେ ସର୍ବସାଧାରଣରେ ପ୍ରଚାର କରାଯିବା ଉଚିତ। ଏ ଧରଣର ବ୍ୟକ୍ତିମାନଙ୍କୁ ସର୍ବସାଧାରଣଙ୍କ ସମ୍ମୁଖକୁ ଅଣାଯାଇ ପିଟି ପିଟି ହତ୍ୟା କରାଯିବା ଉଚିତ ବୋଲି ସେ କହିଛନ୍ତି ।

ମହିଳାମାନଙ୍କ ବିରୋଧରେ ବଢୁଥିବା ଅପରାଧ ଦମନ ପାଇଁ ସରକାର କ’ଣ କରୁଛନ୍ତି ବୋଲି ବଚ୍ଚନ ପ୍ରଶ୍ନ କରିଥିଲେ ।

ଏହାରର ଉତ୍ତର ରଖି ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ,
“ହାଇଦ୍ରାବାଦରେ ଘଟିଥିବା ଘଟଣା ଠାରୁ ବଡ଼  ଅମାନବୀୟ କାର୍ଯ୍ୟ ହୋଇ ନପାରେ ।ପ୍ରକୃତରେ ଏହି ଘଟଣାକୁ ନେଇ ସମ୍ପୂର୍ଣ୍ଣ ଦେଶ ମର୍ମାହତ । ସମସ୍ତଙ୍କୁ ଦୁଃଖ ପହଞ୍ଚିଛି” ।

“ସର୍ବଦଳ ନିର୍ବିଶେଷରେ ଏହି ଘଟଣାକୁ ସଂସଦରେ ନିନ୍ଦା ମଧ୍ୟ କରାଯିବା ସହ ଏହି ଘଟଣାର ଅପରାଧୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବାକୁ ଦାବି କରାଯାଇଛି” ।

“ସମସ୍ତେ ଜାଣିଥିବେ ନିର୍ଭୟା କାଣ୍ଡ ପରେ ଦେଶରେ ଏକ କଠୋର ଆଇନ ପ୍ରଣୟନ କରାଯାଇଥିଲା । ଏହାପରେ ଲୋକମାନେ ଭାବି ନେଇଥିଲେ ଯେ ଏଭଳି ଜଘନ୍ୟକାଣ୍ଡ ଘଟିବା ନିହାତି ରୂପରେ କମ୍ ହୋଇଯିବ । କିନ୍ତୁ ଏହିଭଳି ଘଟଣା ଲଗାଦର ଘଟି ଚାଲିଛି” ।

ଆହୁରି ମଧ୍ୟ ସେ କହିଛନ୍ତି , ସାରା ସଂସଦର ମତକୁ ଦୃଷ୍ଟିରେ ରଖି ଏଭଳି ଘଟଣା ପାଇଁ ଯେ କେହି ବି ଦୋଷୀ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଯାହାବି କରିବାକୁ ହେବ ଏ ସରକାର ଏହାକୁ କରିବାକୁ ପ୍ରସ୍ତୁତ ଅଛି” ।

“ଏହି ଘଟଣାକୁ ନିନ୍ଦା କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ । ସଂସଦରେ ଏସମ୍ପର୍କରେ ଚର୍ଚ୍ଚା ହେଉ । ଏଥିପାଇଁ ସମସ୍ତଙ୍କ ସମ୍ମତି କ୍ରମେ ଯେଉଁ କଠୋରତମ କାନୁନ ତିଆରି କରିବାକୁ କୁହାଯିବ ସେଥିପାଇଁ ସରକାର ସମସ୍ତ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି” ବୋଲି ସଂସଦରେ ରାଜନାଥ ସିଂ କହିଛନ୍ତି ।

ଅନ୍ୟପଟେ ଏଆଇଡିଏମକେର ସାଂସଦ ବିଜିଲା ସତ୍ୟାନନ୍ଦ ଦୋଷୀଙ୍କୁ ଡିସେମ୍ବର ୩୧ ମଧ୍ୟରେ ଫାଶୀ ଦେବାକୁ ଦାବି କରିଛନ୍ତି।

Leave A Reply

Your email address will not be published.