Latest Odisha News

BREAKING NEWS

ଲଶ୍କର-ଏ-ତୋଇବାର ୪ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଲଶ୍ମର-ଏ-ତୋଇବାର ୪ ଆତଙ୍କବାଦୀଙ୍କୁ ବୁଡଗାମରେ ସ୍ଥାନୀୟ ପୋଲିସ ଗିରଫ କରିଛି । ସେନା ଓ ଜମ୍ମୁ-କଶ୍ମୀର ପୋଲିସ ମିଳିତ ଭାବେ ଏହି ଅପରେଶନ କରିଥିଲେ । ଏମାନେ ଲଶ୍ମରକୁ ଆବଶ୍ୟକୀୟ ସହଯୋଗ କରୁଥିଲେ । ସେମାନଙ୍କ ନାମ ହେଲା ୱାସିମ ଗାନି, ଫାରକୁ ଅହମ୍ମଦ ଦର, ମହମ୍ମଦ ୟାସିନ ଏବଂ ଆଝାରୁଦ୍ଦିନ ମୀର । ସମସ୍ତେ ସ୍ଥାନୀୟ ବାସିନ୍ଦା ।

ପୋଲିସ ଏମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର, ଗୁଳି ଏବଂ କେତେକ ଡକ୍ୟୁମେଂଟ ଜବତ କରିଛି । ସେମାନଙ୍କୁ ପଚରାଉଚରା କରାଯିବା ପରେ ଲଶ୍ମର ସମ୍ବନ୍ଧରେ ଅଧିକ ତଥ୍ୟ ହାସଲ କରାଯାଇ ପାରିବ ବୋଲି ଜନୈକ ପୋଲିସ ଅଧିକାରୀ କହିଛନ୍ତି । ସୂଚନାଯୋଗ୍ୟ, ପୋଲିସ ଓ ସେନାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁ ଘାଟିରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପରେ ହ୍ରାସ ପାଇଛି ।

Leave A Reply

Your email address will not be published.