Latest Odisha News

BREAKING NEWS

ପାକିସ୍ତାନ କରୋନା ମ୍ୟାପ ଦର୍ଶାଇଲା ଭାରତର ପିଓକେ

ଇସଲାମବାଦ: ପାକିସ୍ତାନ ପ୍ରକାଶିତ କରୋନା ସଂକ୍ରମିତ ମ୍ୟାପରେ ବିବାଦୀୟ ପାକ ଅଧିକୃତ କଶ୍ମୀର (ପିଓକେ) ଭାରତର ଅଂଶବିଶେଷ ବୋଲି ଦର୍ଶାଯାଇଛି । ପାକିସ୍ତାନର ଏହି ଭୁଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭୁଲରେ ହେଉ ପଛେ ପାକିସ୍ତାନ ମାନିଲା ପିଓକେ ଭାରତର ବୋଲି ଜଣେ ୟୁଜର୍ସ ଲେଖିଛନ୍ତି ।

ପୂର୍ବରୁ ପିଓକେର ପାଣିପାଗ ସମ୍ପର୍କୀତ ତଥ୍ୟ ଭାରତ ଆଇଏମଡି ପ୍ରକାଶ କରିଥିଲା । ଏଥିରେ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥିଲା । ଏପରିକି ପାଣିପାଗ ବୁଲେଟିନରେ ଜମ୍ମୁ-କଶ୍ମୀର ଓ ଲଦ୍ଦାଖର ତାପମାତ୍ରା ପାକିସ୍ତାନ ପକ୍ଷରୁ ପ୍ରକାଶ କରି ସମାଲୋଚିତ ହୋଇଥିଲା । ପାକିସ୍ତାନ ଭାରତକୁ ଜବାବ ଦେବାରେ ବାରମ୍ବାର ବୈଷୟିକ ତ୍ରୁଟି କରିବାରେ ଲାଗିଛି ।

Leave A Reply

Your email address will not be published.