Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

କୋଲକାତା / ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନ ଦ୍ୱାରା ପ୍ରଭାବିତ ଅଞ୍ଚଳ ଗୁଡିକୁ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି । ତାଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେଇଥିଲେ।

ପ୍ରାୟ ତିନିମାସ ପରେ ମୋଦୀ ଆଜି ସକାଳେ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିଥିଲେ । କୋଲକାତା ବିମାନବନ୍ଦରରେ ରାଜ୍ୟପାଳ ଜଗଦୀପ ଧନକର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ସ୍ୱାଗତ କରିଥିଲେ। ସମସ୍ତ ତିନିଜଣ ମୁଁହରେ ମାସ୍କ ପିନ୍ଧି ଥିବାର ଦେଖିବାକୁ ମିଳିଥିଲା ।

ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନ୍ ଦ୍ୱାରା ବିପର୍ଯ୍ୟସ୍ତ ହୋଇଥିବା ଅଞ୍ଚଳଗୁଡିକୁ ସର୍ଭେ କରିବା ପରେ ମୋଡି ଓଡିଶାର ଅମ୍ଫାନ ପ୍ରଭାବିତ ଅଞ୍ଚଳ ଗୁଡିକୁ ପରିଦର୍ଶନ କରିବେ । ଏହାପରେ ଏକ ସମୀକ୍ଷା ବୈଠକ ମଧ୍ୟ ରହିଛି ।

Leave A Reply

Your email address will not be published.