Latest Odisha News

BREAKING NEWS

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୬ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ; ସିଲ୍ ହେଲା ମୁଖ୍ୟାଳୟ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୬ ଜଣ ଅଧିକାରୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଚିହ୍ନଟ ହେବାପରେ ଦୁଇ ଦିନ ଲାଗି ମୁଖ୍ୟାଳୟ ଏବଂ ଏହା ଅଧିନରେ ଥିବା ସମସ୍ତ ଶାଖା କାର୍ଯ୍ୟାଳୟ ଗୁଡ଼ିକୁ ସିଲ୍ କରିଦିଆଯାଇଥିବା ଏନଡ଼ିଟିଭିରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ପ୍ରାୟ ୧୦ ଜଣରୁ ଅଧିକ କର୍ମଚାରୀ ଏହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି । ସମସ୍ତେ ଏବେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଛନ୍ତି ।

ଅଧିକ ପଢନ୍ତୁ: ଓଡ଼ିଶାରେ ନୂଆ ୧୭୩ କରୋନା ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ…

ପୂର୍ବରୁ ନିର୍ଦ୍ଦେଶାଳୟ ଅଧିନରେ ଥିବା ଏଷ୍ଟାବ୍ଲିସମେଣ୍ଟ୍ ଶାଖାର ଜଣେ ଜୁନିୟର୍ ର‌୍ୟାଙ୍କ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ପିଟିଆଇ ସୂତ୍ରରୁ ଜଣାପଡ଼ିଛି ଯେ, ସେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସରୁ ତଦନ୍ତକାରୀ ସଂସ୍ଥାକୁ ଡେପୁଟେସନରେ ଥିଲେ ।

ଏହାବ୍ୟତୀତ, ଏନଡ଼ିଟିଭିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସପ୍ତାହକୁ ୨ଥର ଅଫିସ୍ ବିଲ୍ଡିଂ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇଥାଏ ।

Leave A Reply

Your email address will not be published.