Latest Odisha News

BREAKING NEWS

ଚାଷୀଙ୍କୁ ମିଳିବ ମାଗଣା ସ୍ମାର୍ଟଫୋନ: ଓଡ଼ିଶା ସରକାର ଯୋଗାଇଦେବେ ଏଣ୍ଡ୍ରୋଏଡ଼ ମୋବାଇଲ

ଭୁବନେଶ୍ୱର : ଓଡ଼ିଶା ସରକାର ରାଜ୍ୟର ଚାଷୀଙ୍କୁ ଯୋଗାଇଦେବେ ସ୍ମାର୍ଟଫୋନ । ରାଜ୍ୟର ସମସ୍ତ ପଞ୍ଜିକୃତ ଚାଷୀ ପାଇବେ ଏଣ୍ଡ୍ରୋଏଡ଼ ମୋବାଇଲ ଫୋନ । ଓଡ଼ିଶାର ଚାଷୀମାନେ ଏହି ମୋବାଇଲ ଫୋନ ପାଇ ସେମାନଙ୍କ ଫସଲର ପାଇକାରୀ ମୂଲ୍ୟ ତଥା ବଜାର ଦର ସମ୍ପର୍କରେ ତୁରନ୍ତ ତଥ୍ୟ ପାଇ ନିଜର ଉତ୍ପାଦକୁ ସହଜରେ ବିକ୍ରି କରିପାରିବେ ।

ଓଡ଼ିଶା ସରକାର ଏନେଇ ୨୦୧୭-୧୮ ମସିହା ବଜେଟରେ ଯୋଜନା ପ୍ରସ୍ତୁତ କରିଥିଲେ ।

ଚାଷୀଙ୍କୁ ସ୍ମାର୍ଟଫୋନ ଯୋଗାଇଦେବାକୁ ନେଇ ରାଜ୍ୟ ସରକାରଙ୍କ ସମବାୟ ବିଭାଗ କୃଷି ବିଭାଗକୁ ଏ ସମ୍ପର୍କୀୟ ସୂଚନା ଦେବାକୁ ଏକ ପତ୍ର ଲେଖିଛନ୍ତି । ତେବେ ରାଜ୍ୟର ଚାଷୀ ଖୁବ ଶିଘ୍ର ଏହି ସ୍ମାର୍ଟଫୋନ ପାଇବେ ବୋଲି ସୂତ୍ରରୁ ଜଣାପଡ଼ିଛି ।

ଏହି ସ୍ମାର୍ଟଫୋନରେ ଭଏସ କଲ ରହିବା ସହିତ ଏସଏମଏସ ସୁବିଧା ନିଶ୍ଚିତ ରୂପେ ଉପଲବ୍ଧ ରହିବ । ଚାଷୀମାନେ ଓଡ଼ିଆରେ ଡ଼ିଜିଟାଲ ମଣ୍ଡିକୁ ଟେକସ୍ଟ ମେସେଜ ପଠାଇ ପାରିବେ ।

ବିଭାଗୀୟ ସୂତ୍ରରୁ ପ୍ରକାଶ, ଓଡ଼ିଶା ରାଜ୍ୟ ଏଗ୍ରିକଲଚରାଲ ମାର୍କେଟିଂ (ଓଏସଏଏମ) ବୋର୍ଡ଼ ଖୁବଶିଘ୍ର ଏନେଇ ଏକ ଟେଣ୍ଡର ପ୍ରସ୍ତୁତି କରିବ । ତେବେ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ପଞ୍ଜିକୃତ ଚାଷୀ ଜିଲ୍ଲା ସ୍ତରରେ ଖୁବଶିଘ୍ର ଏହି ସ୍ମାର୍ଟଫୋନ ପାଇପାରିବେ ।

ଯେଉଁ ଚାଷୀମାନେ କିସାନ କାର୍ଡ଼ ଓ ରୁପେ କାର୍ଡ଼ ଧାରୀ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ପ୍ରଥମେ ସ୍ମାର୍ଟଫୋନ ଯୋଗାଇ ଦିଆଯିବ । ତେବେ ଜିଲ୍ଲା ପ୍ରଶାସନ ଏବଂ ଆରଏମସି ଏ ସମ୍ପର୍କିୟ ମୋବାଇଲ ବଣ୍ଟନରେ ସମସ୍ତ ନିଷ୍ପତ୍ତି ନେବ ।

Leave A Reply

Your email address will not be published.