Latest Odisha News

BREAKING NEWS

ଆଜିଠୁ ମେଡ଼ିକାଲ କଲେଜରେ ନାମଲେଖା ଆରମ୍ଭ

 

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ମେଡ଼ିକାଲ କଲେଜରେ ନାମଲେଖା । ରାଜ୍ୟରେ ଥିବା ସମସ୍ତ ୮ଟି ସରକାରୀ ଓ ଘରୋଇ ମେଡ଼ିକାଲ କଲେଜରେ ଏମବିବିଏସ ଓ ବିଡ଼ିଏସ ପାଠ୍ୟକ୍ରମରେ ନାମଲେଖା ଆରମ୍ଭ ହୋଇଯାଇଛି । ସେଥିଲାଗି ମନୋନୀତ ଛାତ୍ରଛାତ୍ରୀଙ୍କ ଲାଗି ଆରମ୍ଭ ହୋଇଛି ପ୍ରୋଭିଜନାଲ ସିଟ ଆଲଟମେଣ୍ଟ ।

ରାଜ୍ୟରେ ସର୍ବମୋଟ ୪ ହଜାର ୪୪୩ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଥିଲେ । ସେଥିମଧ୍ୟରୁ ୧ ହଜାର ୭୮ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ମେଡ଼ିକାଲ କଲେଜ ଲାଗି ସିଟ୍ ଆଲଟମେଣ୍ଟ କରାଯାଇଛି ।

ଏହି ନାମଲେଖା ପ୍ରକ୍ରିୟା ଆସନ୍ତା ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

କଟକର ଏସସିବି ମେଡ଼ିକାଲ କଲେଜରେ ନାମଲେଖା ଆଜିଠୁ ଆରମ୍ଭ ହୋଇଯାଇଛି ।

ତେବେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜରେ ଜୁଲାଇ ୬ ତାରିଖରୁ ନାମଲେଖା ଆରମ୍ଭ ହେବ । ସେହିପରି ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜରେ ୭ତାରିଖରୁ ନାମଲେଖା ଅନୁଷ୍ଠିତ ହେବ । ଏସଏଲଏନ ମେଡ଼ିକାଲ କଲେଜ କୋରାପୁଟ ଏବଂ ପିଆରଏମ ମେଡ଼ିକାଲ କଲେଜ ବାରିପଦାରେ ଜୁଲାଇ ୮ତାରିଖରେ ଆରମ୍ଭ ହେବ । ସରକାରୀ ମେଡ଼ିକାଲ କଲେଜ ବଲାଙ୍ଗୀର ଓ ସରକାରୀ ମେଡ଼ିକାଲ କଲେଜ ବାଲେଶ୍ୱରରେ ୯ ତାରିଖରେ ଅନୁଷ୍ଠିତ ହେବ । ଭୁବନେଶ୍ୱର ହାଇଟେକ ମେଡ଼ିକାଲ କଲେଜରେ ଜୁଲାଇ ୧୦ ତାରିଖରେ ଅନୁଷ୍ଠିତ ହେବ ।

 

ସମୁଦାୟ ୧୩୦୦ ଏମବିବିଏସ ଓ ବିଡ଼ିଏସ ସିଟ ଲାଗି ସର୍ବଭାରତୀୟ ସ୍ତରରେ ୧୫ % କୋଟା ବ୍ୟବସ୍ଥା ରହିଛି ।

ଜୁଲାଇ ୧୨ ତାରିକରେ ଛାତ୍ରଛାତ୍ରୀମାନେ ସମସ୍ତ କଲେଜରେ ଯୋଗଦେବେ ।

ଜୁଲାଇ ୨୬ ତାରିଖରେ ୨ୟ ପର୍ଯ୍ୟାୟ ସିଟ ଆଲଟମେଣ୍ଟ ଅନୁଷ୍ଠିତ ହେବ । ତେବେ ଏଥିଲାଗି ପ୍ରୋଭିଜନାଲ ଆଡ଼ମିସନ ପ୍ରକ୍ରିୟା ଜୁଲାଇ ୨୭ ଓ ୩୦ ତାରିଖରେ ଅନୁଷ୍ଠିତ ହେବ ।

ତେବେ ସମସ୍ତ ଆଡ଼ମିସନ ପ୍ରକ୍ରିୟା ସମାପ୍ତ ହେଲାପରେ ୨୦୧୮-୧୯ ମସିହାର ଏକାଡ଼େମୀକ ସେସନ ପାଠପଢା ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେବାକୁ ସ୍ଥିର ହୋଇଛି ।

Leave A Reply

Your email address will not be published.