Latest Odisha News

BREAKING NEWS

ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗ: ରଥଯାତ୍ରା ସମୟରେ ଜୟ-ବିଜୟ ଦ୍ୱାର ମରାମତି ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ/ପୁରୀ/ଭୁବନେଶ୍ୱର : ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗରେ ରଥଯାତ୍ରା ସମୟରେ ହେଲେ ମଧ୍ୟ ଜୟ-ବିଜୟ ଦ୍ୱାର ଅସମ୍ପୂର୍ଣ୍ଣ କାର୍ଯ୍ୟ ମରାମତି କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜଗମୋହନ ମରାମତି ପ୍ରସଙ୍ଗରେ ହାଇକୋର୍ଟରେ ଆଜି ଏଏସଆଇ ସତ୍ୟପାଠ ଦାଖଲ କରିଥିଲା ବେଳେ ଏନ.କେ.ମହାନ୍ତି କମିଶନ ସ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ଏସମ୍ପର୍କରେ ଆବେଦନକାରୀଙ୍କ ଓକିଲ ଡଃ ଅଶୋକ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଆସନ୍ତା ଜୁଲାଇ ୨୫ ତାରିଖ ମଧ୍ୟରେ ଜୟ-ବିଜୟ ଦ୍ୱାର ପରିସରରେ ଥିବା ଅସମ୍ପୂର୍ଣ୍ଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଦିନକୁ ୧୨ ଘଣ୍ଟା ଲେଖା କାର୍ଯ୍ୟକରି ୧୦ ଦିନ ମଧ୍ୟରେ କାମ ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏପରିକି ମାଉସୀ ମା ମନ୍ଦିର ଓ ଗୁଣ୍ଡିଚା ମନ୍ଦିରର ସ୍ଥିତି ସମ୍ପର୍କରେ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩୦ ତାରିଖ ସୁଦ୍ଧା କାର୍ଯ୍ୟର ସ୍ଥିତି ସମ୍ପର୍କରେ ସତ୍ୟପାଠ ଜରିଆରେ ଉଭୟ ରାଜ୍ୟ ସରକାର ଓ ଏଏସଆଇକୁ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ମରାମତି କାର୍ଯ୍ୟରେ କିଛି ତ୍ରୁଟି ପରିଲକ୍ଷିତ ହେଲେ ଏହା ସମ୍ପର୍କରେ ଏଏସଆଇ ଖଣ୍ଡପୀଠଙ୍କୁ ଅବଗତ କରିପାରିବେ ବୋଲି କୋର୍ଟ କହିଛନ୍ତି । ଆସନ୍ତା ଜୁଲାଇ ୩୦ ତାରିଖରେ ମାମଲା ର ପରବର୍ତ୍ତୀ ଶୁଣାଣି ହେବ ବୋଲି ସ୍ଥିର ହୋଇଛି ।

Leave A Reply

Your email address will not be published.