Latest Odisha News

BREAKING NEWS

ରାହୁଲ ମତେ ଆଲିଙ୍ଗନ କରିବା ପୂର୍ବରୁ ୧୦ ଥର ଚିନ୍ତା କରିବେ: ଯୋଗୀ ଆଦିତ୍ୟନାଥ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଲିଙ୍ଗନ କରିବା ଘଟଣାକୁ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ କହିଛନ୍ତି “ରାହୁଲ ଗାନ୍ଧୀ ତାଙ୍କୁ ଆଲିଙ୍ଗନ କରିବାକୁ ୧୦ ଥର ଚିନ୍ତା କରିବେ ।” ଘଟଣାକୁ ରାଜନୈତିକ ଷ୍ଟଣ୍ଟ୍ ଦେଇ ଯୋଗୀ କହିଛନ୍ତି ଏଭଳି କେବେବି ସେ ସ୍ୱୀକାର କରିବେ ନାହିଁ ।

ଏକ ଟିଭି ଚ୍ୟାନେଲରେ ସାକ୍ଷାତକାର ଦେବା ସମୟରେ ଯୋଗୀାଙ୍କୁ ପଚରାଯାଇଥିଲା ଯେ ଯଦି ରାହୁଲ ଗାନ୍ଧୀ ତାଙ୍କୁ ଆଲିଙ୍ଗନ କରିବାକୁ ଚାହିଁବେ ସେ କ’ଣ ସ୍ୱୀକାର କରିବେ, ଏ ପ୍ରଶ୍ନର ଉତ୍ତରରେ ଯୋଗୀ ସ୍ପଷ୍ଟ ଉତ୍ତର ଦେଇଛନ୍ତି ଏଭଳି ରାଜନୈତିକ ଷ୍ଟଣ୍ଟକୁ ସେ ଆଦୌ ସ୍ୱୀକାର କରିବେ ନାହିଁ । ରାହୁଲ ମଧ୍ୟ ତାଙ୍କୁ ଆଲିଙ୍ଗନ କରିବା ପୂର୍ବରୁ ୧୦ ଥର ଚିନ୍ତା କରିବେ ।

ଯୋଗୀ ମଧ୍ୟ ଗଣମାଧ୍ୟମ ଆଗରେ କହିଛନ୍ତି, ଏହା ରାହୁଲଙ୍କର ପିଲାଳିଆମି । ତାଙ୍କର ନିଜର ବୁଦ୍ଧି ବିବେକ ନାହିଁ । ଯିଏ ଅନ୍ୟର ବୁଦ୍ଧି ବିବେକରେ କାର୍ଯ୍ୟ କରେ ସେ ଯେକୌଣସି ପ୍ରକାର ହରକତ କରିପାରେ ବୋଲି ରାହୁଲଙ୍କ ଉଦ୍ଦେଶ୍ୟରେ ଯୋଗୀ କଡ୍ଡା ମନ୍ତବ୍ୟ ଦେଇଛନ୍ତି ।

 

ସେପଟେ ବିରୋଧୀ ଦଳ ମହାଗଠବନ୍ଧନ ଦ୍ୱାରା ରାହୁଲଙ୍କୁ ପ୍ରଧାନମନ୍ତ୍ରୀ କରିବା ପ୍ରସଙ୍ଗକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି ଅଖିଳେଶ କିମ୍ବା ମାୟାବତୀ କ’ଣ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଭାବେ ସ୍ୱୀକାର କରିବେ? କ’ର ଶରଦ ପାୱାର ରାହୁଲଙ୍କ ଅଧିନରେ କାର୍ଯ୍ୟ କରିବେ? ଏଥିସହିତ ବିରୋଧି ଗଠବନ୍ଧନର ନେତା କିଏ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଯୋଗୀ ଆଦିତ୍ୟନାଥ ।

Leave A Reply

Your email address will not be published.